ସ୍ୱାସ୍ଥ୍ୟ

କରୋନାକୁ ଜିଣିବାକୁ ୩ଟି ପ୍ରମୁଖ ଉପାୟ ଦେଲେ ଏମ୍‌ସ ମୁଖ୍ୟ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ସେ ତାଙ୍କର ମତ ରଖି କହିଛନ୍ତି କି ଭାଇରସ ଯଦି ଏହି ଭଳି ଭାବେ ବଢ଼ି ବଢ଼ି ଚାଲେ, କୌଣସି ମତେ ନିୟନ୍ତ୍ରଣକୁ ନଆ‌ସେ ତେବେ ଖୁବ୍ ଶୀଘ୍ର ଭାରତ କରୋନା ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରିବ।

ଏହାବ୍ୟତୀତ ମହାମାରୀକୁ ରୋକିବା ପାଇଁ କିଛି ରାଜ୍ୟ ଲାଗୁ କରିଥିବା ରାତ୍ରିକାଳୀନ କର୍ଫ୍ୟୁ ଓ ସପାହାନ୍ତ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ମଧ୍ୟ ନାପସନ୍ଦ କରିଛନ୍ତି ଗୁଲେରିଆ। ସେ କହିଛନ୍ତି ଏପରି ନିଷ୍ପତ୍ତି ଦ୍ବାରା ମହାମାରୀକୁ ରୋକାଯାଇ ପାରିବ ନାହିଁ। ତାଙ୍କ ହିସାବରେ ମହାମାରୀ କରୋନାକୁ ସଂପୂର୍ଣ୍ଣ ଆୟତ୍ତକୁ ଆଣିବା ପାଇଁ ଯଥେଷ୍ଟ ସମୟ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ଏକମାତ୍ର ବିକଳ୍ପ।

କରୋନାକୁ ହରାଇବା ପାଇଁ ୩ଟି ଜିନିଷକୁ ବି‌ଶେଷ ଗୁରୁତ୍ବ ଦେଇଛନ୍ତି ଗୁଲେରିଆ। ସେ କହିଛନ୍ତି ଅଧିକରୁ ଅଧିକ ସତର୍କ ରହି ଲୋକମାନଙ୍କ ସହ ଘନିଷ୍ଠତା ଛିନ୍ନ କରିବା। ଫଳରେ ସଂକ୍ରମଣ ହ୍ରାସ ପାଇବ। ସଂକ୍ରମଣ ହ୍ରାସ ପାଇବା ବ୍ୟତୀତ ହସ୍ପିଟାଲ୍‌ଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଓ ଟିକାକରଣ ହେଉଛି କରୋନାକୁ ଜିଣିବାର ପ୍ରମୁଖ ମାଧ୍ୟମ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।