ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର ଅଭିବୃଦ୍ଧି ଆଶାଠାରୁ ଅନେକ ବେଶୀ, ବଜାର ଆକାର ୭.୨୨ ବିଲିୟନ ଡଲାର ବୃଦ୍ଧି ଆଶା

ନୂଆଦିଲ୍ଲୀ,୦୪/୦୫: ଭବିଷ୍ୟତରେ ଆଗରେ ରହିବ ଭାରତର ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର । ଏହି ବଜାରରେ ବିଶ୍ୱ ବିଦ୍ୟାଳୟ ପରୀକ୍ଷା, ସାର୍ଟିଫେକ୍ ପରୀକ୍ଷା, ଉଚ୍ଚ ମାଧ୍ୟମିକ ପରୀକ୍ଷା ଆଦି ରହିଛି । ୨୦୨୧ରୁ ୨୦୨୫ ମଧ୍ୟରେ ଏହି ବଜାର ୭.୨୨ ବିଲିୟନକୁ ବୃଦ୍ଧି ପାଇବ । ଯାହା ବର୍ତ୍ତମାନର ପ୍ରାୟ ୧୪ ପ୍ରତିଶତ ବୋଲି ସିଏଜିଆର ରିପୋର୍ଟରେ ପ୍ରକାଶ ପାଇଛି ।

କରୋନା ସଙ୍କଟ ପାଇଁ ଭାରତରେ ପରୀକ୍ଷା ପ୍ରସ୍ତୁତି ବଜାର ମାନ୍ଦା ରହିଛି । କାରଣ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦି ବନ୍ଦ ରହିଛି । ଫଳରେ ଅଫଲାଇନ୍ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଏବେ ଅନଲାଇନ୍‌ ପରୀକ୍ଷାକୁ ପ୍ରାଥମିକତା ଦିଆଯାଉଛି । ତେବେ ଦେଶରେ ଅନେକ ଷ୍ଟାଟ୍ଅପ୍, ପରୀକ୍ଷା ପ୍ରସ୍ତୁତି କୋର୍ସ ଆଦି ଖୋଲିବା ପରେ ଏହି ବଜାର ଅଭିବୃଦ୍ଧି କରିବ । ଏଥିରେ ବିଭିନ୍ନ ଷ୍ଟଡି ମାଟେରିଆଲ୍ସ, ଟେଷ୍ଟ ପେପର୍ସ, ଅନଲାଇନରେ ମିଳୁଥିବା ପାଠ୍ୟ ଉପକ୍ରମ ଆଦି ରହିଛି ।

ଭାରତରେ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ କେ-୧୨ ଓ ଉଚ୍ଚ ଶିକ୍ଷାରେ ସାମିଲ ହୋଇଥାନ୍ତି । ପାଠକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମଧ୍ୟ ବଢିଛି । ତେଣୁ ସେମାନେ ନୂଆ ନୂଆ ଷ୍ଟଡି ମାଟେରିଆଲ୍ସ ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଛାତ୍ରଛାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ମାଟେରିଆଲ୍ସ ପ୍ରସ୍ତୁତ କରୁଛନ୍ତି । ଏହା ଉଭୟ ଅଫଲାଇନ୍ ଓ ଅନଲାଇନରେ ମିଳୁଛି । ୨୦୨୦ ବିଶ୍ୱବିଦ୍ୟାଳୟ ପରୀକ୍ଷା ବେଳେ ଏହି ବଜାର ଖୁବ୍ ଲାଭରେ ରହିଥିଲା । ସୋସିଆଲ ଲର୍ଣ୍ଣିଂ, ଓ୍ୱେବ୍ ଆନାଲିଟିକ୍ସ ଆଦି ଜରିଆରେ ବିଭିନ୍ନ ଷ୍ଟାର୍ଟଅପ୍ ଲାଭବାନ ହୋଇଥିଲେ ।

ଭାରତର ପରୀକ୍ଷା ପ୍ରସ୍ତୁତି ବଜାରର କିଛି ଷ୍ଟାର୍ଟଅପ୍

ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍, ବଂଶଲ କ୍ଲାସେସ୍ କୋଟା, ସିଏଳ ଏଜୁକେଟ୍ ଲିମିଟେଡ୍, ଫିଟଜି ଲିମିଟେଡ୍, ଟେଷ୍ଟବୁକ୍ ଏଡୁ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, । ଏହି ସବୁ ଷ୍ଟାର୍ଟଅପ୍ ଆଇଆଇଟି, ଜେଇଇ ନିଟ୍, କ୍ୟାଟ୍, ଜ୍ୟାଟ୍ ଆଦି ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ବହି ତଥା ମାଟେରିଆଳ ପ୍ରସ୍ତୁତ କରିଥାନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି