ଖେଳ ସ୍ୱାସ୍ଥ୍ୟ

ଏକାଧିକ ଖେଳାଳୀ କରୋନା ଆକ୍ରାନ୍ତ ହେବା ପରେ ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ

ନୂଆଦିଲ୍ଲୀ: କରୋନା କବଳରେ ଆଇପିଏଲ । ଏକାଧିକ ଖେଳାଳୀ କରୋନା ଆକ୍ରାନ୍ତ ହେବା ପରେ କିଛି ମ୍ୟାଚକୁ ସ୍ଥଗିତ ରଖାଯାଇଥିବା ବେଳେ ଏବେ ଆଇପିଏଲର ୧୪ତମ ସଂସ୍କକରଣକୁ ସ୍ଥଗିତ ରଖିଛି ବିସିସିଆଇ। ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀପ ଶୁକ୍ଲା।

ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ସଂକ୍ରମିତ ଖେଳାଳୀଙ୍କ ସହ ଅନ୍ୟ ଖେଳାଳୀ ସଂଶ୍ପର୍ଷରେ ଆସିଥିବା ଯୋଗୁଁ ସେମାନଙ୍କୁ ସଂଗରୋଧରେ ପଠାଯାଇଛି ।

ସେପଟେ ବୁଧବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲର୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳ ଆୟୋଜନ କରାଯାଇଥିଲା । ଗତକାଲି କେକେଆରର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତି ଓ ସନ୍ଦୀପ ୱାରିଅର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆରସିବି ସହ ଆୟୋଜିତ ମ୍ୟାଚ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣ କାଳରେ ଜୈବ ବଳୟରେ ଆଇପିଏଲ ମ୍ୟାଚ କରିବା ନେଇ ଦାବି କରିଥିଲା ବିସିସିଆଇ । ଖେଳାଳିଙ୍କୁ ଜୈବ ବଳୟରେ ରଖି ସଫଳତା ପୂର୍ବକ ୨୯ଟି ମ୍ୟାଚ ଖେଳାଯାଇଛି । କିନ୍ତୁ ଅନେକ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ