ମନୋରଞ୍ଜନ

ଆଇସିୟୁରୁ ବାହାରିଲେ ରଣଧୀର

କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତି ହୋଇଥିବା ଅଭିନେତା ରଣଧୀର କପୁର ଏବେ ଆଇସିୟୁ ବାହାରିଛନ୍ତି। ମୁମ୍ୱାଇର ଏକ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା କରାଉଥିବା ରଣଧୀର ଆଇସିୟୁରୁ ବାହାରିବା କଥା ରବିବାର ଦିନ କହିଛନ୍ତି। ଏହି ସପ୍ତାହର ଆରମ୍ଭରେ ୭୪ ବର୍ଷୀୟ ଅଭିନେତା ରଣଧୀର କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ କୋକିଲାବେନ୍‌ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ରଣଧୀର କହିଛନ୍ତି, ସେ ଏବେ ପ୍ରଥମ ଅପେକ୍ଷା ବହୁତ ଭଲ ଅଛନ୍ତି। ଗୋଟିଏ ଦିନ ଆଇସିୟୁରେ ରହିଥିଲେ ଏବଂ ଏବେ ସେମାନେ ତାଙ୍କୁ ଆଇସିୟୁରୁ ବାହାରକୁ ଆଣିଛନ୍ତି। କାରଣ ସେ ଏବେ ଭଲ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଛନ୍ତି। ତାଙ୍କ ଶରୀରରେ ଜ୍ୱର ଥିଲା। ମାତ୍ର ଏବେ ସେ ସୁସ୍ଥ ଅଛନ୍ତି। ସେ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଯିବେ। ସେ ବାହାରକୁ ଆସିବାପାଇଁ ଖୁବ୍ ବ୍ୟାକୁଳ ଥିବା କହିଛନ୍ତି। ସୂଚନାଯୋଗ୍ୟ, ରଣଧୀର କପୁର ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ରାଜ କପୁରଙ୍କର ବଡ଼ ପୁଅ ଅଟନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ