ଦେଶ ବିଦେଶ ସ୍ୱାସ୍ଥ୍ୟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲ୍ଲୀପ କୁମାର, ପତ୍ନୀ ସାୟରା ବାନୁ କହିଲେ ଏବେ ଠିକ୍ ଅଛି ସ୍ୱାସ୍ଥ୍ୟାବସ୍ଥା

ମୁମ୍ୱାଇ ୨/୫: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ନିଜର ରୁଟିନ ଚେକ ଅପ୍ ପରେ ସେ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରୁ ଭର୍ତ୍ତି ହୋଇଥିଲେ । ପତ୍ନୀ ସାୟରା ବାନୁୁ ସୋସିଆଲ ମିଡିଆରେ ଫ୍ୟାନକୁ ଏକଥା କହିଛନ୍ତି । ସେ କହିଛନ୍ତି ସମସ୍ତଙ୍କ ପ୍ରାର୍ଥନା ଓ ଡାକ୍ତରଙ୍କ ପାଇଁ ଦିଲ୍ଲୀପ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

୨ ଦିନ ତଳେ ରୁଟିନ ଚେକଅପ୍ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସିବୁ ବୋଲି ସାୟରା ବାନୁ କହିଥିଲେ। । ନନ କୋଭିଡ ହସ୍ପିଟାଲରେ ଚାଲିଥିଲା ଦିଲ୍ଲୀପଙ୍କ ଚିକିତ୍ସା । ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଡାକ୍ତରଙ୍କ ପରାମର୍ଶ ନେଇ ସେ ଘରକୁ ଫେରିଛନ୍ତି । ଭେଟେରାନ୍ ଅଭିନେତା ଦିଲ୍ଲୀପ ମଧ୍ୟ ନିଜେ ଟ୍ୱିଟ କରି ଲୋକଙ୍କ ସୁରକ୍ଷା କଥା ଚିନ୍ତା କରିଛନ୍ତି । ସୂଚନା ଥାଉକି ୯୮ ବର୍ଷୀୟ ଏହି ଭେଟେରାନ୍ ଅଭିନେତା ଚଳିତ ବର୍ଷ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନଥିଲେ । ଏହାସହ ୨୦୨୦ ବର୍ଷ ତାଙ୍କ ପାଇଁ ବେଶ୍ ଦୁଃଖଦ ବର୍ଷ ଥିଲା । କାରଣ ସେ ତାଙ୍କର ୨ ଭାଇଙ୍କୁ ହରାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ