ମନୋରଞ୍ଜନ

ଖୁବ୍‌ଶୀଘ୍ର ରିଲିଜ୍ ହେବ ଭାଇଜାନଙ୍କ ‘ରାଧେ’

ଇଦ୍ ଆସିବ ଆଉ ଭାଇଜାନ ସଲମାନ୍‌ଙ୍କ ଫିଲ୍ମ ଆସିବେନି; ଏମିତି କ’ଣ ହେଲାଣି। ଗତବର୍ଷ ଲକ୍‌ଡାଉନ ଯୋଗୁଁ ସଲମାନ୍‌ଙ୍କ ଏଇ ଟ୍ରେଣ୍ଡରେ ବିରାମ ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସଲମାନ୍ ଏଥିରେ କୌଣସି ବୁଝାମଣା ଚାହାନ୍ତି ନାହିଁ। ସଲମାନ୍ ନିଜର ବିଗ୍ ବଜେଟ ଚଳଚ୍ଚିତ୍ର ‘ରାଧେ’ କୁ ନେଇ ବଡ଼ ଘୋଷଣା କରିଛନ୍ତି। ରାଧେ ଚଳିତ ଇଦ୍‌ରେ ହିଁ ମୁକ୍ତିଲାଭ କରିବ। ଏ ନେଇ ଆଗୁଆ ଟିକେଟ ବୁକିଂ ବି ସରିଲାଣି।

ଭାରତରେ କରୋନାକୁ ନେଇ ଯେଉଁ ଭଳି ସ୍ଥିତି ଉପୁଜିଛି, ଏହାକୁ ନଜରରେ ରଖି ଏହା ଫିଲ୍ମ ହଲ୍‌ରେ ତ’ ରିଲିଜ୍‌ ହୋଇପାରିବ ନାହିଁ, ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି। ଭାରତରେ ତ ଏହାକୁ ରିଲିଜ୍‌ କରାଯାଉଛି, ଏହାସହ ଫିଲ୍ମକୁ ୟୁଏଇର ସିନେମା ହଲ୍‌ରେ ମଧ୍ୟ ରିଲଜ୍‌ କରାଯିବ। ସଲମାନ୍‌ ଏ କଥା ଆଜି ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ