ଖେଳ

କରୋନା ବିରୋଧରେ ସଂଘର୍ଷ: ନୀଳ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଆରସିବି, ସାହାଯ୍ୟ ପାଇଁ ଯୋଗାଡ କରିବ ରାଶି

ନୂଆଦିଲ୍ଲୀ ୦୨/୦୫ : ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛି । କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ବେଡ଼ ମିଳୁନାହିଁ । ଅକ୍ସିଜେନ ନ ପାଇ ଅନେକ ରୋଗୀ ପ୍ରାଣ ହରାଇଛନ୍ତି । ହସ୍ପିଟାଲ, ବେଡ୍, ଔଷଧ ଆଦି ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଏହି ସଙ୍କଟ ପରିସ୍ଥିତିରୁ ବାହାରିବାକୁ ସମସ୍ତେ ସଂଘର୍ଷ କରୁଛନ୍ତି।

ଏହି ସଙ୍କଟମୟ ସ୍ଥିତିର ମୁକାବିଲା ପାଇଁ ଅନେକ ସିଲିବ୍ରିଟୀ ସହାୟତାର ହାତ ବଢ଼ାଇଛନ୍ତି । ସେଲିବ୍ରିଟି ଆର୍ଥିକ ସହାୟତା କରିବା ସହ ସୋସିଆଲ ମିଡ଼ିଆ ଜରିଆରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ସହାୟତାର ହାତ ବଢ଼ାଇଛି । ଆରସିବି ଆଗାମୀ କୌଣସି ଗୋଟିଏ ମ୍ୟାଚରେ ନୀଳ ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ।

କରୋନା କାଳରେ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଆରସିବି ନୀଳ ଜର୍ସି ପିନ୍ଧିବ । କେବଳ ସେତିକି ନୁହେଁ ଆରସିବି ରାଶି ଯୋଗାଡ କରିବାକୁ ସମସ୍ତ ଖେଳାଳିଙ୍କ ଦସ୍ତଖତ ହୋଇଥିବା ନୀଳ ଜର୍ସି ନିଲାମ ମଧ୍ୟ କରିବ । ଏହାସହ ଅକ୍ସିଜେନ ସପ୍ଲାଏ ପାଇଁ ଆର୍ଥିକ ସହାୟତା ମଧ୍ୟ କରିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ