ମନୋରଞ୍ଜନ

ମହାରାଷ୍ଟ୍ରରେ କରୋନା ସ୍ଥିତି ଦେଖି ଚିନ୍ତିତ ଲତା ମଙ୍ଗେସକର, ରାଜ୍ୟ ସରକାରଙ୍କୁ ଦେଲେ ନଗଦ ଅର୍ଥ

ମୁମ୍ୱାଇ ୨/୫: ଦେଶରେ ପ୍ରବାହିତ ୨ୟ ଲହରରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ସଂକ୍ରମଣର ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବି ଥମୁନି । ଏପରିସ୍ଥିତିରେ ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ଲତା ଦିଦି ।

ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏହି ସହାୟତା ରାଶି ପଠାଇଛନ୍ତି । ମହାରାଷ୍ଟ୍ର ସରକାର ଡାଇରେକ୍ଟର ଜେନେରାଲ ଅଫ୍ ଇନଫରମେସନ ଆଣ୍ଡ ପବ୍ଲିକ୍ ରିଲେସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଏହାପୂର୍ବରୁ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଏଇ ନିକଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସହଯୋଗ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ