ମୁମ୍ୱାଇ୧/୫ : ନାମିଦାମୀ ସେଲିବ୍ରିଟି ଯୋଡିରେ ଗଣାହୁଅନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଉଭୟଙ୍କ ସମ୍ପର୍କ ନେଇ ସେ ସଦା ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଏହି ଷ୍ଟାରକାଷ୍ଟ ଦମ୍ପତ୍ତି ଉଭୟ ଉଭୟ ରିଲେସନକୁ ନେଇ ଅନେକ ରୋଚକ ତଥ୍ୟ ଦର୍ଶକଙ୍କୁ ଜଣାଇଥାନ୍ତି । ଏମିତି ପୁଣି ଗୋଟେ ଖୁଲ୍ଲାସା କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ କହିଛନ୍ତି ପ୍ରଥମ ଦେଖାରେ କୋହଲି ମୋତେ ବହୁତ ଅହଙ୍କାରୀ ଲାଗିଥିଲେ । ଏମାନଙ୍କର ପ୍ରଥମ ଦେଖା କୌଣସି କମେଡି ସିନ୍ ଠାରୁ କମ୍ ନଥିଲା ।
ଆଜି ନିଜର ୩୩ ତମ ଜନ୍ମଦିନରେ ଏମିତି ଖୁଲ୍ଲାସା କରିଛନ୍ଚି ଅନୁଷ୍କା । ୨୦୧୩ରେ ଏକ ସାମ୍ପୁ ବିଜ୍ଞାପନ ସୁଟିଂ ସେଟରେ ଉଭୟଙ୍କର ଭେଟ ହୋଇଥିଲା । ୟେତେବେଳେ ଏହା ଟିଭିରେ ଟେଲିକାଷ୍ଟ ହେଲା ସେତେବେଳେ ଲୋକେ ଏମାନଙ୍କର ସମ୍ପର୍କକୁ ନେଇ ବହୁତ ଗସିପ କରିଥିଲେ। ଯଦିଓ ଉଭୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ତେବେ ପରେ ଏକ ଇନଟରଭିୟୁରେ ପତୀ ବିରାଟଙ୍କ ସମ୍ପର୍କରେ ପଚାରିଯିବାରୁ ଅନୁଷ୍କା କହିଥିଲେ ଯେ, ପ୍ରଥମ ଦେଖାରେ କୋହଲି ମୋତେ ବହୁତ ଅହଙ୍କାରୀ ଲାଗିଥିଲେ ।
କିନ୍ତୁ ପରେ ମୋର ଏହି ଧାରଣା ଭୂଲ ସାବ୍ୟସ୍ତ ହୋଇଥିଲା । ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି ଅନୁଷ୍କା ଶର୍ମା । ରବନେ ବନାଦି ଯୋଡି ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଜଣଙ୍କ ଏବେ ସସକେସ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏଇ ନିକଟରେ ସେ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି । ତେବ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ ରହିଆସିଛି । ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ଏହି ଅଭିନେତ୍ରୀ ନିଜର ଖାସ ଅନ୍ଦାଜ ପାଇଁ ବି ଟାଉନରେ ବେଶ୍ ପରିଚିତ ।