ମନୋରଞ୍ଜନ

ସୋନୁ ସୁଦ୍ ରାଜନୀତିକୁ ଆସିଲେ ମୁଁ ଭୋଟ୍ ଦେଇ ଜିତାଇବି : ଆଦିତ୍ୟ କହିଲେ ମନକଥା

କରୋନା କାଳରେ ସମସ୍ତଙ୍କ ପାଇଁ ଦେବଦୂତ ବନିଯାଇଛନ୍ତି ଅଭିନେତା ସୋନୁ ସୁଦ୍ । ପାଖାପାଖି ଦୀର୍ଘ ଦିନ ଧରି ଦେଶ ନୁହେଁ ବିଭିନ୍ନ ରାଜ୍ୟର ଲୋକଙ୍କ ପାଇଁ ସ୍ୱଇଚ୍ଛାରେ କରିଚାଲିଛନ୍ତି ସହାୟତା । କେବଳ ସାଧାରଣ ଲୋକ ନୁହେଁ ଅନେକ ସ୍ଥାନରେ ଫସିରହିଥିବା ପ୍ରବାସୀଙ୍କୁ ସେ ସହଯୋଗ କରିଛନ୍ତି । ଅଧିକାଂଶ ଚଳଚିତ୍ରରେ ସେ ଖଳନାୟକରେ ଅଭିନୟ କରୁଥିବାବେଳେ ଏବେ ଦୁଃଖଦ ସମୟରେ ସେ ବନିଯାଇଛନ୍ତି ରିଅଲ ହିରୋ ।


ଆଜି ତାଙ୍କର ପ୍ରଶଂସାରେ ସତମୁଖ ପୂରା ଦେଶ ତଥା ବି-ଟାଉନ । ଏହି ପରିପ୍ରେକ୍ଷୀରେ ଜଣେ ଅଭିନେତା ତାଙ୍କ ସପକ୍ଷରେ ବାହାରି କହିଛନ୍ତି ଯେ, ଯଦି ସୋନୁ ନିର୍ବାଚନ ଲଢିବେ । ତେବେ ତାଙ୍କୁ ଭୋଟ ଦେଇ ମୁଁ ଜିତାଇବି । ସୋସିଆଲ ମିଡିଆରେ ସେ ପୋଷ୍ଟ କରି ନିଜ ମନ କଥା ସେୟାର କରିଛନ୍ତି । ସେ ଆଉ କେହି ନୁହଁନ୍ତେ ସେ ହେଉଛନ୍ତି ଷ୍ଟୁଡେଣ୍ଡ ଅଫ ଦି ଇୟର-୨ ଫେମ୍ ଆଦିତ୍ୟ ସିଲ୍ । ଅଭିନେତ୍ରୀ ମନୀଷା କୋଇରାଲାଙ୍କ ସହ ଏକ ଛୋଟିସି ଲଭ ଷ୍ଟୋରୀ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ତୁମ ବିନ୍-୨ , ନମସ୍ତେ ଲଣ୍ଡନ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ