ମନୋରଞ୍ଜନ

ଏତେ ସାନ ହେଇ ବି ଋଷି ଡାକୁଥିଲେ-ଅମିତାଭ!

୬୭ ବର୍ଷ ବୟସରେ ଷ୍ଟାର୍ ଆକ୍ଟର୍ ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ। ଗତବର୍ଷ ଏପ୍ରିଲ୍ ୩୦ ତାରିଖରେ ତାଙ୍କର ଦେହାନ୍ତ ହେଇଥିଲା। ଅଭିନୟ ତ କରୁଥିଲେ ହେଲେ ସେ ଭାରି ଲାଜକୁଳା ବୋଲି ଅନେକ ଜାଣି ନଥିଲେ। ସେ ତାଙ୍କ ଆତ୍ମଜୀବନୀ ‘ଖୁଲ୍ଲମ୍ ଖୁଲ୍ଲା’ରେ ଅନେକ ଅକୁହା କଥା ଲେଖି ଯାଇଛନ୍ତି। ଏଥିରେ ସେ ନିଜ ପିତା ଅଭିନେତା-ନିର୍ଦ୍ଦେଶକ-ପ୍ରଯୋଜକ ରାଜ କପୁରଙ୍କ ପ୍ରେମସମ୍ପର୍କଠାରୁ ଆରମ୍ଭ କରି ନିଜ ପାଇଁ ପୁରସ୍କାର କିଣିଥିବା କଥା ବି ଲେଖିଛନ୍ତି। ଋଷି ଲେଖିଛନ୍ତି, ଅମିତାଭ ବଚ୍ଚନ ଜଣେ ମହାନ କଳାକାର। ୧୯୭୦ରେ ତାଙ୍କ ପାଇଁ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଧାରା ସୃଷ୍ଟି ହେଇଥିଲା। ତାଙ୍କଠାରୁ ହିଁ ଅଭିନୟରେ ଆକ୍ସନ୍ ଆରମ୍ଭ ହେଇଥିଲା। ସେତେବେଳେ କେତେ କଳାକାର ଅମିତାଭଙ୍କ ଯୋଗୁଁ ବେକାର ହେଇଗଲେ। ‘ମୁଁ ୨୧ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କଲି। ପ୍ରଥମେ ମୁଁ ଜଣେ କଲେଜପଢ଼ୁଆ ଯୁବକ ଭୂମିକାରେ ଅବତୀର୍ଣ୍ଣ ହେଲି। ମୁଁ ମୋ କାମକୁ ନେଇ ଯଦିଓ ପାଗଳ ଥିଲି, ତଥାପି ମୋ ଭିତରେ ଧାରଣା ଥିଲା ଯେ ଯଦି ଏକାଗ୍ରତାର ସହ କାମ କରେ ତେବେ ସଫଳତା ପାଇବି। ’

ଋଷି ଅମିତାଭଙ୍କ ସମ୍ପର୍କରେ ଲେଖିଛନ୍ତି ଯେ ସେତେବେଳେ ଅମିତାଭ ଓ ତାଙ୍କ ଭିତରେ କିଛି ଅକୁହା କଥା ଥିଲା ଯାହା ତାଙ୍କୁ ଚିନ୍ତାରେ ପକାଉଥିଲା। ହେଲେ ଏହା ଋଷିଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରି ନ ଥିଲା। କିଛି ବର୍ଷ ପରେ ଅମିତାଭଙ୍କ ସହ ତାଙ୍କୁ ‘ଅମର ଆକବର ଆନ୍ଥୋନି’ରେ ଏକାଠି ଅଭିନୟ କରିବାର ସୁଯୋଗ ମିଳିଲା। ଏହାପରେ ଅମିତାଭ ଓ ଋଷିଙ୍କ ମଧ୍ୟରେ ବନ୍ଧୁତା ବଢ଼ି ଯାଇଥିଲା। ଅମିତାଭ ତାଙ୍କଠାରୁ ବୟସରେ ୧୦ବର୍ଷ ବଡ଼ ଥିଲେ। ଅନ୍ୟମାନେ ଅମିତାଭଙ୍କୁ ଅମିତଜୀ କହି ସମ୍ବୋଧନ କରୁଥିବା ବେଳେ ଋଷି ତାଙ୍କୁ ସିଧା ‘ଅମିତାଭ’ ବୋଲି ଡାକୁଥିଲେ। ଏହା ତାଙ୍କ ପାଇଁ ପାଗଳାମି ଥିଲା ବୋଲି ଋଷି ସ୍ବୀକାର କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ