ଖେଳ

ଭାରତରେ ଖେଳାଯିବନି ଟି୨୦ ବିଶ୍ୱକପ ! କରୋନା ସ୍ଥିତି ଉପରେ ସବୁକିଛି କରୁଛି ନିର୍ଭର

ନୂଆଦିଲ୍ଲୀ,୨୯/୦୪: ଚଳିତ ବର୍ଷ ଭାରତରେ ଖେଳାଯିବ ଟି୨୦ ବିଶ୍ୱକପ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। କରୋନା ସଂକ୍ରମଣ ସତ୍ତେ୍ୱ ବିସିସିଆଇ ବିଶ୍ୱକପ୍‌ ଆୟୋଜନ ନେଇ ପ୍ରସ୍ତୁତ ରହିଥିବା ପୂର୍ବରୁ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଥିଲେ । କିନ୍ତୁ ଏବେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ ତେବେ ବିଶ୍ୱକପ୍‌ ସ୍ଥାନାନ୍ତର ହେବ ।

ଭାରତର ସ୍ଥିତି ଉପରେ ଆଇସିସି ନଜର ରଖିଛି । ଯଦି ଅକ୍ଟୋବର ମାସ ପୂର୍ବରୁ ସ୍ଥିତିରେ ସୁଧାର ନଆସେ ତେବେ ବିଶ୍ୱକପ୍‌ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏନେଇ ଦୁଇଟି ବିକଳ୍ପ ଭେନ୍ୟୁ ମଧ୍ୟ ସ୍ଥିର କରାଯାଇ ସାରିଛି । ୟୁଏଇ କିମ୍ବା ଶ୍ରୀଲଙ୍କା କୌଣସି ଗୋଟିଏ ଭେନ୍ୟୁରେ ଖେଳାଯିବ ।

ଏ ବିଷୟରେ ବିସିସିଆଇ କିମ୍ବା ଆଇସିସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଗତବର୍ଷ କରୋନା ମହାମାରୀ ପାଇଁ ଆଇପିଏଲକୁ ୟୁଏଇରେ ଆୟୋଜନ କରିଥିଲା ବିସିସିଆଇ । ଶ୍ରୀଲଙ୍କା ମଧ୍ୟ ଆଗ୍ରହୀ ରହିଥିଲା । ସୁବିଧା ଦୃଷ୍ଟିରୁ ୟୁଏଇ ବିସିସିଆଇର ପ୍ରଥମ ପସନ୍ଦ ରହିଥିଲା ।

ଯଦି ଭେନ୍ୟୁ ସ୍ଥାନାନ୍ତର ହୁଏ ତେବେ ବିସିସିଆଇ ୟୁଏଇକୁ ଚୟନ କରିପାରେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆଇସିସିର ପ୍ରତିନିଧି ଦଳ ଏବେ ଭାରତରେ ଅଛନ୍ତି । ବିଶ୍ୱକପ୍‌ ପାଇଁ ସେମାନଙ୍କୁ ଗତ ସପ୍ତାହରେ ୯ଟି ଭେନ୍ୟୁର ପ୍ରସ୍ତାବ ଦିଆଯାଇଛି । ତାଲିକାରେ ରହିଛନ୍ତି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷେ୍ନø ଓ ମୁମ୍ବାଇ । ମହାମାରୀ ସମୟରେ ବିସିସିଆଇ ଆଇପିଏଲକୁ କିଭଳି ଭାବେ ପରିଚାଳନା କରୁଛି ତାହା ଉପରେ ପ୍ରତିନିଧି ଦଳ ନଜର ରଖିଛନ୍ତି । ବିସିସିଆଇର ସଫଳ ଆଇପିଏଲ ପରିଚାଳନା ଉପରେ ଭାରତରେ ଆଗାମୀ ବିଶ୍ୱକପ୍‌ ଆୟୋଜନ ନିର୍ଭର କରୁଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ