ଦେଶ ବିଦେଶ ସ୍ୱାସ୍ଥ୍ୟ

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ ୨୯/୦୪: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ –

ଡାକ୍ତରମାନେ ଏହା ମଧ୍ୟ ବିଶ୍ୱାସ୍ କରନ୍ତି ଯେ ଭିଟାମିନ୍ ସି ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନରେ କୁହାଯାଇଛି ଯେ ଥଣ୍ଡା ଏବଂ ଫ୍ଲୁର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ ଏବଂ ଭିଟାମିନ୍ ସି ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।

ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ ରୋଗୀଙ୍କୁ କରୋନା ଅବଧିରେ ଭିଟାମିନ୍-ସି ଏବଂ ଜିଙ୍କ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି । ଲେମ୍ବୁ, କମଳା, ଅଁଳା ପରି ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି ର ପ୍ରାକୃତିକ ଉତ୍ସ । ଲେମ୍ବୁ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ । କମଳା ଖାଇବା ଦ୍ୱାରା ଭିଟାମିନ୍ ସି ସହିତ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ କରୋନାର ଏହି ଅବଧିରେ, ଲୋକମାନେ ଭିଟାମିନ୍ ସି ଯୁକ୍ତ ଏହି ଫଳ ବ୍ୟବହାର କରିବା ଉଚିତ ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।

– ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ସାଇଟ୍ରସ୍ ଫଳ ଖାଆନ୍ତୁ । ଏହି ସାଇଟ୍ରସ୍ ଫଳଗୁଡିକ ହେଉଛି କମଳା, ଲେମ୍ବୁ, ମାଲାଟା, ପିଜୁଳି, ଅଙ୍ଗୁର, ଅମୃତଭଣ୍ଡା, ତରଭୁଜ ଷ୍ଟ୍ରବେରୀ, ଏବଂ ପନିପରିବାରେ ବ୍ରୋକୋଲି ।

-ଭିଟାମିନ୍ ସି ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ । ସ୍କିନ୍ ସ୍ମୁଥ କରିବା ସହିତ ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।

-ଭିଟାମିନ୍ ସି ଓଜନ କମାଇବାରେ ସାହାଯ୍ୟ କରିଥାଏ ।

-ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବା ପାଇଁ ଆପଣଙ୍କର ଖାଦ୍ୟ-ପେୟରେ ଭିଟାମିନ୍ ସି’କୁ ସାମିଲ କରୁନ୍ତୁ, ଯେପରିକି ଷ୍ଟ୍ରବେରୀ, ବ୍ରୋକଲି ଇତ୍ୟାଦି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ