ମନୋରଞ୍ଜନ

ବ୍ରେଷ୍ଟଫିଡିଙ୍ଗ୍ ଫଟୋକୁ ନେଇ ନେହା ଧୁପିଆଙ୍କୁ ଟ୍ରୋଲିଂ, ସପକ୍ଷରେ ବାହାରିଲେ ଫ୍ୟାନ୍

ମୁମ୍ବାଇ ୨୭/୦୪: ନେହା ଧୁପିଆ ଜଣେ ବିବାଦୀୟ ଅଭିନେତ୍ରୀ ଭାବରେ ପରିଗଣିତ ହୁଅନ୍ତି । ଏପରିକି ସୋସିଆଲ ମିଡିଆରେ ଟ୍ରୋଲର୍ସମାନଙ୍କୁ ମଧ୍ୟ ଜବାବ ଦେବାରେ ଛାଡି ନାହାଁନ୍ତି । ବର୍ତ୍ତମାନ ନେହା ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୁହେଁ ବରଂ ତାଙ୍କର ଜଣେ ଫ୍ୟାନ୍ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ ଏପରି କଥା ଶୁଣାଇଥିଲେ ଯେ ତାଙ୍କର କହିବା ବନ୍ଦ ହୋଇଯାଇଥିଲା ।

ବାସ୍ତବରେ ନେହା ତାଙ୍କ ଝିଅର ସ୍ତନ୍ୟପାନ ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଯାହା ଉପରେ ଜଣେ ବ୍ୟକ୍ତି ଅଶ୍ଳୀଳ କମେଣ୍ଟ ଦେଇଥିଲେ । ନେହା ସେହି ବ୍ୟକ୍ତିଙ୍କ କମେଣ୍ଟ ସମସ୍ତଙ୍କ ସାମ୍ନାରେ ଆଣିଛନ୍ତି । ଟ୍ରୋଲ କରୁଥିବା ବ୍ୟକ୍ତି ତାଙ୍କ ଫଟୋରେ ଲେଖିଛନ୍ତି- ‘କ’ଣ ଆପଣ ନିଜର ସ୍ତନ୍ୟପାନ ଭିଡିଓ ପୋଷ୍ଟ କରିପାରିବ କି? ବିନମ୍ର ଅନୁରୋଧ ।’ ବ୍ୟକ୍ତିଙ୍କୁ ଉଚିତ୍ ଜବାବ ଦେଇ @crazylilmum ନାମକ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଆପଣଙ୍କ ପେଜରେ ଆପଣଙ୍କ ମା ଏବଂ ଜେଜେ ମାଙ୍କ ଫଟୋ ଦେଖିପାରୁଛି । ଦୟାକରି ତାଙ୍କୁ ପଚାରନ୍ତୁ । ସେ ଆପଣଙ୍କୁ ଦେଖାଇବେ ।’

ଏହି କମେଣ୍ଟର ସ୍କ୍ରିନସଟ୍ ସେୟାର କରି ନେହା ଲେଖିଛନ୍ତି – ମୁଁ ସାଧାରଣତଃ ଏହିପରି କମେଣ୍ଟକୁ ଅଣଦେଖା କରେ କିମ୍ବା ଡିଲିଟ୍ କରେ କିନ୍ତୁ ମୁଁ ଏହାକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲି । ଏପରି ଲୋକ ହିଁ ସ୍ତନ୍ୟପାନ ସ୍ଥିତିକୁ ଅନେକ ମାଙ୍କ ପାଇଁ ଲଜ୍ଜାଜନକ କରିଦେଇଥାନ୍ତି । ‘

ନେହା କ୍ୟାପସନରେ ଲେଖିଛନ୍ତି – ‘ଜଣେ ନୂଆ ମାର ଯାତ୍ରା କିଛି ଏପରି ହୋଇଥାଏ ଯାହା ସେ କେବଳ ବୁଝି ପାରେ । ଆମେ ଗୋଟିଏ ପାର୍ଶ୍ୱରେ ହାପି ସାଇଡ୍ ଦେଖୁ କିନ୍ତୁ ଅନ୍ୟ ପଟେ ଏହା ଭାରୀ ଦାୟିତ୍ୱରେ ଭରା ହୋଇଥାଏ । ମା ହେବା କଷ୍ଟସାଧ୍ୟ ଏବଂ ଯାହା କରିବା ଆବଶ୍ୟକ ସେ ତାହା କରନ୍ତି । ଏହା ଉଚିତ୍ ନୁହେଁ ଏହାକୁ ନେଇ ପ୍ରଶ୍ନ କରିବା, ଉପହାସ କିମ୍ବା ଟ୍ରୋଲ କରିବା । ମୁଁ ଏସବୁ ଦେଇ ଗତି କରିଛି ଏବଂ ମୁଁ ଜାଣେ ଏହା କେତେ କଷ୍ଟକର । ‘

ନେହା ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ସେ କିପରି ଖାଇବାକୁ କିମ୍ବା ସ୍ତନ୍ୟପାନ କରାଇବାକୁ ପଡିବ ତାହା ମା’ ଉପରେ ନିର୍ଭର କରେ । ଆମେ ସବୁବେଳେ ଦେଖିଛୁ ଯେ ଲୋକମାନେ ଜଣେ ମାର ସ୍ତନ୍ୟପାନ କରାଉଥିବାକୁ ସେକ୍ସୁଆଲୀ ଦେଖିଥାନ୍ତି । ଆମେ ସ୍ତନ୍ୟପାନକୁ ସ୍ୱାଭାବିକ କରିବାକୁ ଚାହୁଁଛୁ । ଆମ ଦେଶରେ ମହିଳାମାନଙ୍କ ପାଇଁ ଏକ ଅଜବ ପରିସ୍ଥିତି କାହିଁକି ସୃଷ୍ଟି ହୁଏ, ଏହି ସମ୍ବେଦନଶୀଳ କମେଣ୍ଟ ଏହାର ଏକ ଉଦାହରଣ । ସେମାନଙ୍କୁ ସାମ୍ନାକୁ ଆଣିବା ଉଚିତ୍ । ଚାଲନ୍ତୁ ସ୍ତନ୍ୟପାନକୁ ସ୍ୱାଭାବିକ କରିବା ସେକ୍ସୁଆଲାଇଜ୍ ନୁହେଁ । ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ