ମନୋରଞ୍ଜନ

ଯାତ୍ରା କମେଡିଆନ୍ ଜଗା ରାଉତଙ୍କ ପରଲୋକ, କରୋନା ଆଉ ଜଣେ କଳାକାରଙ୍କୁ ଛଡାଇନେଲା

ଭୁବନେଶ୍ୱର ୨୭/୪: ହସାଉଥିଲେ କିନ୍ତୁ ତାଙ୍କ ହସକୁ ଲିଭାଇଦେଲା କରୋନା । ଶିଷ୍ଟ ମଞ୍ଚ ଅଭିନେତା ତଥା ବୟୋଜ୍ୟଷ୍ଠ କମେଡିଆନ୍ ଜଗା ରାଉତଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ପୁରୀ ଜିଲ୍ଲା ନିମାପଡାରେ ଜନ୍ମିତ ଜଗାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଫଳରେ ମହାମାରୀର ଶିକାର ହୋଇଛନ୍ତି ଆଉ ଜଣେ ଲୋକପ୍ରିୟ କଳାକାର ।

ଯାତ୍ରା ଜଗତରେ ଅପ୍ରତିଦ୍ୱନ୍ଦୀ ବ୍ୟଙ୍ଗ ଅଭିନେତା ଭାବେ ବିଶେଷ ପରିଚିତ ଥିଲେ ଜଗା ରାଉତ । ଦୀର୍ଘ ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ସେ ଜଡିତ ଥିଲେ । ଓଡ଼ିଆ ଯାତ୍ରା ଜଗତରେ ଜଗା ମଉସା ଭାବେ ପରିଚିତ । ୧୯୫୮ ମସିହାରେ ଅଭିନୟକୁ ଆସିଥିବା ଜଗା ରାଉତ ସାତଶଙ୍ଖ ଅପେରା କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିଥିଲେ । ସେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ବୟୋଜ୍ୟଷ୍ଠ ଯାତ୍ରା କମେଡିଆନ୍ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ମୃତ୍ୟୁ ଯାତ୍ରା ଜଗତ ସହ ଯାତ୍ରା ପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅବିନୟ କରିଛନ୍ତି ଜଗା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ