ଖେଳ ଦେଶ ବିଦେଶ

ଶ୍ରେଷ୍ଠ ନିର୍ଦେଶିକା ଭାବେ ଓସ୍କାର୍‌ ଆଓ୍ଵାର୍ଡ ପାଇଲେ ପ୍ରଥମ ଏସୀୟ ମହିଳା କ୍ଲୋଇ ଜାଓ

ଓ୍ଵାସିଂଟନ୍‌: ‘ନୋମାଡ୍‌ଲାଣ୍ଡ୍‌’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଚୀନ୍‌ ଜନ୍ମିତା ଚଳଚ୍ଚିତ୍ର ନିର୍ମାତ୍ରୀ କ୍ଲୋଇ ଜାଓଙ୍କୁ ରବିବାର ଦିନ ଶ୍ରେଷ୍ଠ ନିର୍ଦେଶିକା ଭାବେ ‘ଏକାଡେମି ଆଓ୍ଵାର୍ଡ’ ବା ଓସ୍କାର୍‌ ପୁରସ୍କାର ମିଳିଛି। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଏବଂ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶିକା।

ଜୀବନଯାପନ ପାଇଁ ଅର୍ଥ ଉପାର୍ଜନ କରିବା ଲାଗି ଗୋଟିଏ କାମରୁ ଅନ୍ୟ କାମ ସନ୍ଧାନ କରୁଥିବା ବୟୋଜ୍ୟେଷ୍ଠ ଆମେରିକୀୟମାନଙ୍କ ଜୀବନଯାତ୍ରା ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ନୋମାଡ୍‌ଲାଣ୍ଡ୍‌’ରେ ଅଭିନେତ୍ରୀ ଫ୍ରାନ୍‌ସେସ୍‌ ମ୍ୟାକ୍‌ଡର୍ମାଣ୍ଡ୍‌ଙ୍କ ସହ ‘ରିୟଲ୍‌-ଲାଇଫ୍‌ ନୋମାଡ୍‌ସ୍‌’ ଭାବେ ଅଭିନୟ କରିଥିବା ୩୯ ବର୍ଷୀୟ ଜାଓଙ୍କ ପାଇଁ ଏହା ହେଉଛି ପ୍ରଥମ ଓସ୍କାର୍‌। ଏହି ଚଳଚ୍ଚିତ୍ରଟି ଆର୍ଥିକ ଅନଟନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ‘ୟୁ.ଏସ୍‌. ରିସେସିଅନ୍‌ ଯୁଗ’ର ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ।


ଚୀନ୍‌ରେ ଜନ୍ମିତା ଜାଓ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ବେଜିଙ୍ଗ୍‌ରେ ବାସ କରୁଥିଲେ। ପରେ ସେ ଲଣ୍ଡନ୍‌ର ଏକ ବୋର୍ଡିଙ୍ଗ୍‌ ସ୍କୁଲ୍‌ରେ ଭର୍ତ୍ତି ହୋଇଥିଲେ। ତା’ପରେ ଲସ୍‌ ଏଞ୍ଜେଲେସ୍‌ରେ ତାଙ୍କର ହାଇସ୍କୁଲ୍‌ ଶିକ୍ଷା ଶେଷ ହୋଇଥିଲା।


କିନ୍ତୁ, ତାଙ୍କର କୃତିତ୍ୱ ପ୍ରସଙ୍ଗ ଚୀନ୍‌ ଟେଲିଭିଜନ୍‌ରେ ପ୍ରସାରଣ କରାଯାଇନାହିଁ। ବଂର ଚୀନ୍‌ରେ ସେ ସମାଲୋଚିତ ହୋଇଛନ୍ତି। ଚୀନା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିିବା ପୋଷ୍ଟର୍‌ରେ ଉଲ୍ଲେଖ ଅଛି ଯେ, ଅତୀତରେ ମନ୍ତବ୍ୟ ଦେବା ବେଳେ ଜାଓ ଚୀନ୍‌କୁ ଅପମାନିତ କରିଛନ୍ତି।

ଏହାଛଡ଼ା, ୯୩ତମ ଏକାଡେମି ଆଓ୍ଵାର୍ଡ ପ୍ରଦାନ ଅବସରରେ ଭାରତୀୟ ଅଭିନେତା ଏବଂ ଓସ୍କାର୍‌ ବିଜୟିନୀ କଷ୍ଟ୍ୟୁମ୍‌ ଡିଜାଇନର୍‌ ଭାନୁ ଆଥେୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତଃ ଇର୍‌ଫାନ୍‌ ‘ଲାଇଫ୍‌ ଅଫ୍‌ ପାଇ’, ‘ଜୁରାସିକ୍‌ ଓ୍ଵାର୍ଲଡ୍‌’, ‘ଇନ୍‌ଫର୍ଣ୍ଣୋ’ ଆଦି ହଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରି ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ। ୧୯୮୨ରେ ମୁକ୍ତିଲାଭ କରିଥିବା ‘ଗାନ୍ଧୀ’ ଚଳଚ୍ଚିତ୍ର ପାଇଁ ଭାନୁ ‘ବେଷ୍ଟ୍‍ କଷ୍ଟ୍ୟୁମ୍‌ ଆଓ୍ଵାର୍ଡ’ ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ