ଖେଳ

ହିମାଚଳରେ ତିଆରି ହେବ ଦେଶର ସର୍ବୋଚ୍ଚ ଷ୍ଟାଡିୟମ, ମ୍ୟାଚ୍ ଦେଖିପାରିବେ ୧୦ ହଜାର ଦର୍ଶକ

ନୂଆଦିଲ୍ଲୀ,୨୬/୦୪: ଭାରତରେ ତିଆରି ହେବ ଦେଶର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ । ହିମାଚଳ ପ୍ରଦେଶର ଲାହୌଲ ସ୍ପୀତି ଜିଲ୍ଲାରେ ଦେଶର ସର୍ବୋଚ୍ଚ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିରେ ୧୦ ହଜାର ଦର୍ଶକ ବସିବା ଭଳି କ୍ଷମତା ରହିବ । ସବୁଠାରୁ ବଡ କଥା ହେଉଚି ଯେ ଏହି ଷ୍ଟାଡିୟମ ଅଟଳ ଟନେଲ ଠାରୁ ୮ କିମି ଦୂରରେ ନିର୍ମାଣ କରାଯିବ ।

ଏହା ସମୁଦ୍ର ପତନ ଠାରୁ ୧୧ ହଜାର ଫୁଟ ଉଚ୍ଚରେ ରହିବ । ଏଥିନିମନ୍ତେ ଭୂମି ଚୟନ କରାଯାଇଛି । ବନ ସଂରକ୍ଷଣ ଅଧିନିୟମ(ଏଫ୍‌ସିଏ) ଅଧୀନରେ ଏହି ଭୂମିରେ ଷ୍ଟାଡିୟମ ନିର୍ମାଣ କରିବାକୁ ଅନୁମତି ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଏଠାରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଲାହୌଲ ସ୍ପୀତି ଜିଲ୍ଲା କ୍ରିକେଟ ସଂଘ ଗତ ୭ ବର୍ଷ ହେବ ଚେଷ୍ଟା କରିଆସୁଥିଲା । ଶୀତ ଦିନେ ଏହି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀରୁ ତଳକୁ ଚାଲି ଯାଇଥାଏ । ତେବେ ଖରାଦିନେ ଏଠାରେ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ମଧ୍ୟରେ ରୁହେ । ବର୍ଷର ୭ ମାସ ଏଠାରେ ଜଳବାୟୁ ଅନୁକୂଳ ରହିଥାଏ । ଏହି ଆଧାରରେ ଏଠାରେ ଭୂମି ଚୟନ କରାଯାଇଛି ।

ସୂଚନା ଥାଉ କି, ପୂର୍ବରୁ ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ୭୫୦୦ ଫୁଟ ଉଚ୍ଚରେ ଦେଶର ସବୁଠାରୁ ଉଚ୍ଚତମ କ୍ରିକେଟ ଷ୍ଟାଡିୟମ ରହିଛି । ୧୮୯୧ରେ ପଟିୟାଲାର ମହାରାଜା ଭୂପେନ୍ଦ୍ର ସିଂହ ଉକ୍ତ ଷ୍ଟାଡିୟମ ନିର୍ମାଣ କରିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ