ମନୋରଞ୍ଜନ

ବିକ୍‌ନୀ ପିନ୍ଧି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ଏହି ମଡେଲ୍, ଆଗକୁ ଅଛି ଫାଇନାଲ୍ ପରୀକ୍ଷା, ୟୁଜର୍ସ କହିଲେ…

ଓ୍ୱାଶିଂଟନ,୨୫/୦୪: ଆମେରିକାର ଚର୍ଚ୍ଚିତ ଅଭିନେତ୍ରୀ, ସାମ୍ବାଦିକା ତଥା ମଡେଲ୍ କିମ୍ କରଦାସିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ନିଜର ବିଳାସପୂର୍ଣ୍ଣ ଜୀବନପ୍ରଣାଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହାସହ ବିବାଦ ସହ ମଧ୍ୟ ତାଙ୍କର ପୁରୁଣା ସମ୍ପର୍କ ରହିଛି । ଏବେ ତାଙ୍କର ନୂଆ ଭାଇରାଲ ଫଟୋରେ ସେ ଭିନ୍ନ ଅନ୍ଦାଜରେ ପଢୁଥିବା ନଜର ଆସିଛନ୍ତି ।

ସେ ଗତ କିଚିଦିନ ହେଲା ଆଇନ୍ ପାଠ ପଢୁଛନ୍ତି । ସେ ଓକିଲ ହେବାକୁ ଚାହାଁନ୍ତି । ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଅନେକ ସମୟ ପଢାପଢିରେ ଅତିବାହିତ କରୁଛନ୍ତି । ନିଜର ଆଇନ୍ ପରୀକ୍ଷା(ଫାଇନାଲ ଏକଜାମ୍) ପାଇଁ ପ୍ରସ୍ତୁତି କରୁଥିବା କିମ୍ ନିଜର କିଛି ଫଟୋ ସେୟାର କରିଛନ୍ତି ।

ସେ ବିକନୀ ପିନ୍ଧି ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ସେ ଖରାର ମଜା ନେଇ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି । ସେ ଫଟୋରେ କ୍ରିମ୍ କଲରର ଷ୍ଟ୍ରିଙ୍ଗ୍ ବିକନୀ ପରିଧାନ କରିଛନ୍ତି । ସେ ଫଟୋ ସେୟାର କରି କ୍ୟାପ୍ସନରେ ଖରାରେ ପାଠ ପଢୁଥିବା ଲେଖିଛନ୍ତି ।

କିମ୍‌ଙ୍କ ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ ମାନେ ଇମ୍ପ୍ରେସ୍ ହୋଇଛନ୍ତି । କିଛି ୟୁଜର ଏହାର ମଜା ମଧ୍ୟ ନେଇଛନ୍ତି । ୪୬ ଲକ୍ଷରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ଏହି ଫଟୋକୁ ଲାଇକ୍ କରିଛନ୍ତି । ହଜାର ହଜାର କମେଣ୍ଟ ମଧ୍ୟ ଆସିଛି । ଜଣେ ୟୁଜର କିମ୍ କେଉଁ ସ୍କୁଲରେ ପଢୁଛନ୍ତି ବୋଲି ପଚାରିଛନ୍ତି । ଆଉ କିଛି ୟୁଜର କିମ୍‌ଙ୍କୁ ଲିଗାଲି ବୋଲ୍ଡର ହିରୋଇନ୍ ଓଲି ଉଡସଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋକୁ ବେଶୀ ହାର୍ଟ ଓ ଫାୟାର ଇମୋଜି ମିଳିଛି ।

ସୂଚନାଯୋଗ୍ୟ, କିମ୍ ବିକନୀ ଫଟୋ ବ୍ୟତୀତ ନିଜ ପତ୍ନୀ ତଥା ହଲିଉଡର ପ୍ରସିଦ୍ଧ ର୍ୟାପର୍ କାନ୍ୟେ ବେଷ୍ଟଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିମ୍ ୬ ବର୍ଷ କାନ୍ୟେଙ୍କ ସହ ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ଫେବ୍ରୁଆରୀ ୨୦୨୧ରେ ପତିଙ୍କୁ ଛାଡପତ୍ର ଦେଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ