ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କୋଭିଡ୍‌ର ଦ୍ବିତୀୟ ‘ତୋଫାନ’ ଭାରତକୁ ବିପର୍ଯ୍ୟସ୍ତ କରି ପକାଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତ, ଏଥରର ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। କୋଭିଡ୍‌ର ଏହି ପ୍ରବାହକୁ ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଳଜାନ ଉତ୍ପାଦନ ଆଦି ଅନେକ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଲେ ଯେ, କୋଭିଡ୍‌-୧୯ ଆମର ଧୈର୍ଯ୍ୟ ଓ ଯନ୍ତ୍ରଣା ସହନଶୀଳତା ପରୀକ୍ଷା କରୁଥିବା ବେଳେ ମୁଁ ଆପଣମାନଙ୍କୁ ଏ ସବୁ କଥା କହୁଛି। ଆମ ପ୍ରିୟପରିଜନଙ୍କ ମଧ୍ୟରୁ ଅନେକ ଆମକୁ ଅକାଳରେ ଛାଡ଼ି ଚାଲିଗଲେଣି। ସମ୍ପ୍ରତି ଆମର ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନେ କୋଭିଡ୍‌-୧୯ ବିପକ୍ଷରେ ଗୋଟାଏ ମହାସଂଗ୍ରାମ ଲଢୁଛନ୍ତି। ଗତ ବର୍ଷେ ହେଲା, ମହାମାରୀ ଉପରେ ସେମାନେ ବହୁ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି।


କେବଳ ସମର୍ଥିତ ସୂତ୍ରରୁ କୋଭିଡ୍‌-୧୯ ସଂକ୍ରାନ୍ତ ସୂଚନା ସଂଗ୍ରହ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ରୋଗୀମାନଙ୍କୁ ଅନ୍‌ଲାଇନ୍‌ରେ ଡାକ୍ତରମାନେ ପରାମର୍ଶ ଦେବା ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକା ବିଷୟରେ କୌଣସି ଗୁଜବର ସରବ୍ୟ ହୁଅନ୍ତୁ ନାହିଁ।

ସାମ୍ପ୍ରତିକ କୋଭିଡ୍‌ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରମାନଙ୍କ ଉଦ୍ୟମକୁ ଆଗେଇ ନେବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ମାଗଣାରେ ଟିକା ପଠାଇଛନ୍ତି ବୋଲି ଆପଣମାନେ ଜାଣିଥିବେ। ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏଥିରେ ଉପକୃତ ହୋଇପାରିବେ। ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ପାଇଁ ଟିକା ମିଳିବ।

ନିଜ ନିଜର କର୍ମଚାରୀମାନଙ୍କୁ ଟିକା ଦେଇ ଦେଶର କର୍ପୋରେଟ୍‌ ସେକ୍ଟର୍‌ ମଧ୍ୟ ଟିକାକରଣ ଅଭିଯାନରେ ଅଂଶଗ୍ରହଣ କରିପାରିବ। ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କର ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ। ଏହି ମୁକ୍ତ ଟିକାକରଣର ଫାଇଦା ଯଥା ସମ୍ଭବ ଅଧିକ ଲୋକେ ପାଆନ୍ତୁ ବୋଲି ସୁନିଶ୍ଚିତ ହେବାକୁ ରାଜ୍ୟମାନଙ୍କୁ ମୋର ଅନୁରୋଧ। ରାଜ୍ୟମାନଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସମସ୍ତ ଶକ୍ତି ଉପଯୋଗ କରୁଛି।

କୋଭିଡ୍‌-୧୯ ଯୁଦ୍ଧରେ ଆମ୍ବୁଲାନ୍‌ସ୍‌ ଚାଳକମାନଙ୍କର ଅବଦାନ ବିପୁଳ। ସେମାନଙ୍କ ପ୍ରତି ମ‌ୋର କୃତଜ୍ଞତା ଜ୍ଞାପନ କରୁଛି। କୋଭିଡ୍‌କୁ ପରାଜିତ କରିବା ଲାଗି ଆମେ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଉପଦେଶ ଉପରେ ଗୁରୁତ୍ବାରୋପ କରିବା ଉଚିତ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର