ଲାଇଫ୍ ଷ୍ଟାଇଲ

ସକାଳୁ ନିୟମିତ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ, ଏହିସବୁ ରୋଗରୁ ମିଳିଥାଏ ମୁକ୍ତି

ଭୁବନେଶ୍ୱେର ୦୬/୧୦ : ଭାରତରେ ତମ୍ବା ପାତ୍ରର ଅନେକ ମହତ୍ତ୍ୱ ରହିଛି। ଧାର୍ମିକ କାର୍ଯ୍ୟ ଛଡା ଏହାର ଅନ୍ୟ କାମରେ ମଧ୍ୟ ଲାଗିଥାଏ । ଲୋକେ ସକାଳୁ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳୁ ଖାଲି ପେଟରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଏଲ ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀରରେ କପର ମାତ୍ରା ବଢିବା ସହ ଶରୀରରେ ରୋଗ ଉତ୍ପନ୍ନ କରୁଥିବା ଜୀବାଣୁରୁ ମଧ୍ୟ ରକ୍ଷା କରିଥାଏ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି କେବେ ବାସି ହୁଏନାହିଁ ଏବଂ ଅଧିକ ସମୟ ଯାଏଁ ତାଜା ରହିଥାଏ। ଏହି ପାଣି ପିଇଲେ ବାତ, ପିତ୍ତ, କଫ ସନ୍ତୁଳିତ ରହିଥାଏ।

ଆୟୁର୍ବେଦ ଅନୁସାରେ ନିୟମିତ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଉଚିତ। ତେବେ ପାତ୍ରରେ ପାଣି ଅତିକମରେ ୮ ଘଣ୍ଟା ରହିବା ଆବଶ୍ୟକ। ପାଣି ସହ ତମ୍ବାର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଉତ୍ପନ୍ନ ହୋଇଥାଏ। ନିୟମିତ ତମ୍ବା ପାତ୍ରରୁ ପାଣି ପିଇଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରି ଯାଇଥାଏ ଓ ପେଟ ସଫା ହୋଇଥାଏ। ଏହାସହ ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ତମ୍ବା ପାଚନ ତନ୍ତ୍ରକୁ ମଜବୁତ କରିବା ସହ ଅତିରିକ୍ତ ମେଦ କମ କରିବାରେ ସାହାଯ୍ୟ କରିଥାଏ।

ସାଧାରଣ ପାଣିରେ ଡାଇରିଆ, ଜଣ୍ଡିସ ଆଦି ରୋଗ ଉତ୍ପନ୍ନ କରିଥିବା ଜୀବାଣୁକୁ ନଷ୍ଟ କରିବା କ୍ଷମତା ନଥାଏ କିନ୍ତୁ ତମ୍ବା ପାଣିରେ ଏହି ଜୀବାଣୁ ସହ ଲଢ଼ିବାର କ୍ଷମତା ଅଛି। ଏକ ଅଧ୍ୟୟନ ଅନୁସାରେ ୧୬ ଘଣ୍ଟା ଯାଏଁ ତମ୍ବା ପାତ୍ରରେ ପାଣି ରଖିଲେ ଅଧିକାଂଶ ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି। ପାଣିରେ ଥିବା ପେଚିଷ ବିଷାଣୁ ଓ ଇ-କୋଲାଇର ଅମିବା ସମ୍ପୂର୍ଣ ସମାପ୍ତ ହୋଇଯାଇଛି।

ସାଧାରଣତଃ ଲୋକେ ତମ୍ବା ପାତ୍ରରେ ପାଣି ପିଇବା ସମୟରେ ସାବଧାନତା ପଦକ୍ଷେପ ଗ୍ରହଣ କରିନଥାନ୍ତି। ତମ୍ବା ପାତ୍ରରେ ପାଣି ରଖିବା ପୂର୍ବରୁ ଏହାକୁ ଭଲ ଭାବେ ସଫା କରିବା ନିହାତି ଆବଶ୍ୟକ।

ଭଲ ଭାବେ ସଫା ନ କଲେ ଏଥିରେ କପର ଅକ୍ସାଇଡର ଆସ୍ତରଣ ଜମି ଯାଇଥାଏ। ଏହିଭଳି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ