ଖେଳ

ଆଇପିଏଲ ୨୦୨୧ : ଆଜି ନାଇଟ ରାଇଡର୍ସ ଓ ରୟାଲ୍ସ ଲଢେଇ, ବିଜୟ ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବାଇ,୨୪/୦୪ ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରୟାଲ୍ସ ତା’ର ଶେଷ ୨ଟି ମ୍ୟାଚ୍‌ ଏବଂ ନାଇଟ୍‌ ରାଇଡର୍ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଉଭୟ ଦଳ ଏହି ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ନାଇଟ୍‌ ରାଇଡର୍ସ ଶେଷ ୩ଟି ମ୍ୟାଚ୍‌ରେ ସୁପର କିଙ୍ଗ୍‌ସ (୧୮ରନ୍‌ରେ), ରୟାଲ୍‌ ଚ୍ୟାଲେଞ୍ଜର୍ସ (୩୮ରନ୍‌ରେ) ଏବଂ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ (୧୦ରନ୍‌ରେ) ନିକଟରୁ ହାରିଯାଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଶେଷ ମ୍ୟାଚ୍‌ରେ ଦଳ ସିଏସ୍‌କେ ବିପକ୍ଷରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ ସତ୍ତେ୍ୱ ୧୮ରନ୍‌ରେ ପରାସ୍ତ ହୋଇଥିଲା । ଅନ୍ୟ ପଟରେ ରୟାଲ୍ସ ଦଳ ୪ଟି ମ୍ୟାଚ୍‌ ଖେଳି ୧ ବିଜୟ ଓ ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାର ନିମ୍ନ ସ୍ଥାନରେ ରହିଛି । ଦଳ ଶେଷ ୨ଟି ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (୧୦ ୱିକେଟ୍‌ରେ) ଏବଂ ସୁପରକିଙ୍ଗ୍‌ସ (୪୫ରନ୍‌ରେ)ଠୁ ହାରିଯାଇଥିଲା ।

ନାଇଟ୍‌ ରାଇଡର୍ସ ପାଇଁ ଶନିବାରର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ରୟାଲ୍ସକୁ ହରାଇବାକୁ ହେଲେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ପ୍ରଦର୍ଶନ ଜରୁରୀ । ଦଳରେ ଷ୍ଟାର୍‌ ଖେଳାଳିଙ୍କ ଅଭାବ ନାହିଁ । କିନ୍ତୁ ସବୁ ବିଭାଗରେ ଦଳ ନିରାଶ କରିଛି । ପୂର୍ବ ମ୍ୟାଚ୍‌ରେ ଦୁର୍ଦ୍ଧର୍ଷ ଆନ୍ଦ୍ରେ ରସେଲ ଓ ପ୍ୟାଟ୍‌ କମିନ୍ସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି । କିନ୍ତୁ ଅଧିନାୟକ ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲଙ୍କ ଫର୍ମ ଚିନ୍ତାଜନକ ରହିଛି । ବୋଲିଂ ବିଭାଗର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି ।

ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱାଧିନ ରୟାଲ୍ସ ଚଳିତ ସିଜନରେ ଅପେକ୍ଷାକୃତ ଦୁର୍ବଳ ଦଳ ଭାବେ ଉଭା ହୋଇଛି । ଦାମୀ ଖେଳାଳି କ୍ରିସ୍‌ ମୋରିସ୍‌, ପେସ୍‌ ବୋଲର ମୁସ୍ତାଫିଜୁର ରେହମାନ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବାବେଳେ ବ୍ୟାଟିଂ ବିଭାଗରେ ଜୋସ ବଟଲର, ଡେଭିଡ ମିଲର ଓ ମନନ ଭୋରା ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ରୟାଲ୍ସକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଗତ ସଂସ୍କରଣରେ ରୟାଲ୍ସ ବିପକ୍ଷରେ ନାଇଟ୍‌ ରାଇଡର୍ସ ୨ଟି ଯାକ ମ୍ୟାଚ୍‌ ଜିତିଥିଲା । ତେଣୁ ଦଳ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ