ଦେଶ ବିଦେଶ ସ୍ୱାସ୍ଥ୍ୟ

ଅକ୍ସିଜେନ୍‌ ପରିବହନ କରୁଥିବା ଗାଡ଼ିକୁ ସୁରକ୍ଷା ଯୋଗାଇ ଦିଅ: ରାଜ୍ୟ ଓ‌ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ କହିଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ଅକ୍ସିଜେନ୍‌ ପରିବହନ କରୁଥିବା ଯାନକୁ ଯଥେଷ୍ଟ ସୁରକ୍ଷା ଏବଂ ଯଥା ଶୀଘ୍ର ତାହାକୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ‘କରିଡର୍‌’ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି।

ଅକ୍ସିଜେନ୍‌ ଯୋଗାଣ ଏବଂ ଅଦାଲତଙ୍କ ନିର୍ଦେଶ ପ୍ରସଙ୍ଗରେ ସବିଶେଷ ବିବରଣୀ ଦେଇ ଭଲ୍ଲା କହିଛନ୍ତି, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ଏପ୍ରିଲ୍‌ ୨୨ ତାରିଖରେ ଗୃହ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ଆଦେଶ ଅନୁଯାୟୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆପଣଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଅନ୍ତୁ। ଏହାଛଡ଼ା, ଅକ୍ସିଜେନ୍‌ ପରିବହନ କରୁଥିବା ଯାନବାହନକୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦେବା ସହ ଏହି ଯାନବାହନକୁ ଆମ୍ବୁଲାନ୍ସ ଭାବେ ବିବେଚନା କରି ସ୍ବତନ୍ତ୍ର ‘କରିଡର୍‌’ ବ୍ୟବସ୍ଥା କରନ୍ତୁ।


ଏହି ଯାନବାହନଗୁଡ଼ିକୁ କେତେକ ସ୍ଥାନରେ ଅଟକା ଯାଇଥିବା ଦୃଷ୍ଟାନ୍ତ ଦେଇ ଭଲ୍ଲା କହିଲେ, କେତେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର କେତେକ ଜିଲ୍ଲାରେ ଅକ୍ସିଜେନ୍ ପରିବହନ କରୁଥିବା ଯାନକୁ ଅଟକା ଯାଇଥିବା ଘଟଣା ଦୃଷ୍ଟିକୁ ଆସିଛି। ଏଭଳି କାର୍ଯ୍ୟ ହେଉଛି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶର ଅବମାନନା ଏବଂ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆବଣ୍ଟନ କରାଯାଇଥିବା ମେଡିକାଲ୍‌ ଅକ୍ସିଜେନ୍‌କୁ ଠିକଣା ସମୟରେ ପହଞ୍ଚାଇବାରେ ବାଧା ଦେବା। ଏହା ଫଳରେ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା ପ୍ରଭାବିତ ହେଉଛି।

ଭଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ସିଜେନ୍‌ ଗାଡ଼ିର ଅବାଧ ଚଳାଚଳ ନିମନ୍ତେ ସୁନିଶ୍ଚିତ ହେବାକୁ ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଏହି ପତ୍ରରେ ଆଦେଶ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ