ରାଜ୍ୟ ସ୍ୱାସ୍ଥ୍ୟ

ଦାଦନର ଦୁଃଖ: ରାସ୍ତାରେ ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ବାମୀଙ୍କ ଜୀବନ

ନୂଆପଡ଼ା: ହାଇଦ୍ରାବାଦରୁ ନିଜ ଘର ଓଡ଼ିଶାର ନୂଆପଡ଼ା ଫେରିବା ସମୟରେ ଅଚାନକ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ। ସ୍ୱାମୀଙ୍କ ମୃତ ଶବ ୬୩ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ପଡ଼ିରହିଥିଲା। ଆଉ ତାଙ୍କ ସ୍ତ୍ରୀ ଶବର କିଛି ଦୂରରେ କାନ୍ଦିକାନ୍ଦି ବସିଥାନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ବୋରିଗୁମ୍ମା ଥାନା ଅନ୍ତର୍ଗତ କସାଗୁଡା ଗ୍ରାମ ନିକଟରେ ଦେଖିବାକୁ ମିଳିଥିଲା।
ମୃତ ବ୍ୟକ୍ତିଜଣକ ଶ୍ୟାମ ଭୋଇ ବୋଲି ଜଣାପଡ଼ିଥିବା ବେଳେ ସେ ନୂଆପଡ଼ା ଜିଲାର ସିନାପାଲି ବ୍ଲକର ଗଣ୍ତାବାହାଲି ଗ୍ରାମର ।ସେ ଓ ତାଙ୍କ ସ୍ତ୍ରୀ କ୍ଷୀର ଭୋଇ ହାଇଦ୍ରାବାଦର ର ଏକ ଇଟାଭାଟି ମାଲିକ ଙ୍କ ପାଖରେ ଦୀର୍ଘ ୬ମାସ ହେବପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।ହେଲେ ଗତ କିଛି ଦିନ ହେବ ଶ୍ୟାମ ଙ୍କ ଦେହ ଖରାପ ହେଇ ଥିଲା ଏତିକି ବେଳେ ମାଲିକ ତାଙ୍କୁ ନିଜଘର କୁ ଫେରିଯିବା ପାଇଁ କହିଥିଲେ।

ସେମାନେ ସେଠାରେ କାର୍ଯ୍ୟ କରୁଥିବା ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଗତ ମଙ୍ଗଳବାର ଦିନ ହାଇଦ୍ରାବାଦ ଠାରୁ ନିଜ ଗ୍ରାମ ଅଭିମୁଖେ ବାହାରି ଥିଲେ। ଆଜି ସକାଳୁ ସକାଳୁ ଏକ ବସ ଯୋଗେ ଛତିଶଗଡ଼ -ଓଡିଶା ସୀମାରେ ପହଞ୍ଚି ଥିଲେ। ଚାନ୍ଦିଲି ଠାରୁ ଏକ ଅଟୋ ଯୋଗେ ଓଡ଼ିଶା ଆସିବା ବେଳେ ଅଧା ବାଟରେ ଶ୍ୟାମଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା। ଫଳରେ ଅଟୋ ଚାଳକ ଜଣକ ତାଙ୍କୁ କସଗୁଡ଼ା ନିକଟରେ ଓହ୍ଲାଇ ଚାଲିଯାଇଥିଲେ। କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ସନ୍ଧ୍ୟା ୪ଘଣ୍ଟା ବେଳେ ଘଟିଥିବା ବେଳେ ସନ୍ଧ୍ୟା ୬ଘଣ୍ଟା ସମୟରେ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରାଇତା, ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ପହଞ୍ଚି ସେମାନଙ୍କୁ ପିପି କୀଟ ପ୍ରଦାନ କରି ଏକ ସ୍ୱତନ୍ତ ଗାଡ଼ି ଯୋଗେ ନିଜ ଗ୍ରାମକୁ ପଠାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ