ଖେଳ

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ଇଣ୍ଡିଆନ୍ସ ଓ କିଙ୍ଗ୍‌ସ, ବ୍ୟାଟିଂକୁ ନେଇ ଚିନ୍ତାରେ ମୁମ୍ବାଇ

ଚେନ୍ନାଇ,୨୩/୦୪: ଶୁକ୍ରବାର ଆଇପିଏଲ୍‌ର ୧୭ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚରେ ପରାଜୟର ସାମ୍ନା କରିଛନ୍ତି । ତେଣୁ ଶୁକ୍ରବାର ଉଭୟ ଦଳ ବିଜୟ ଧାରାକୁ ଫେରିବାକୁ ପ୍ରୟାସ କରିବେ ।

ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ୨୦ ତାରିଖରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୬ ୱିକେଟ୍‌ରେ ପରାଜିତ ହୋଇଥିଲା । ବ୍ୟାଟିଂ ବିଫଳତା ଦଳର ପରାଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମୁମ୍ବାଇ ୯/୧୩୭ ରନ୍‌ କରିଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା ।

ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ପରାଜିତ ହୋଇସାରିଛି । ଫଳରେ ଆଜିର ମ୍ୟାଚ୍‌ ପଞ୍ଜାବ କିଙ୍ଗ୍‌ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବା ଜରୁରୀ । ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍‌ ଫର୍ମରେ ରହିଛନ୍ତି । କ୍ରିସ ଗେଲ, ନିକୋଲାସ୍‌ ପୂରନ, ଦୀପକ ହୁଡ଼ା ଓ ଶାହରୁଖ ଖାନ୍‌ ସଫଳ ହେଲେ ପଞ୍ଜାବ କିଙ୍ଗ୍‌ସର ବିଜୟ ସମ୍ଭବ ହୋଇପାରିବ ।

ଦିଲ୍ଲୀ କ୍ୟାପିଟାଲ୍ସ ଠୁ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଦୂର୍ବଳତା ନଜରକୁ ଆସିଛି । ଦଳର ବ୍ୟାଟିଂ ବିଭାଗ ବେଶ୍‌ ସନ୍ତୁଳିତ । ତଥାପି ବ୍ୟାଟ୍ସମ୍ୟାନମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । କ୍ୱିଣ୍ଟନ ଡି କକ ଓ ରୋହିତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ହେଲେ ଅର୍ଦ୍ଧଶତକୀୟ ଇନିଂସ ଖେଳି ନାହାନ୍ତି । ସେହିପରି ନିମ୍ନ ମଧ୍ୟଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରେନ୍‌ ପୋଲାର୍ଡ ବିସ୍ଫୋରକ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ବୋଲିଂ ବିଭାଗ ବେଶ୍‌ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ପେସ୍‌ ବିଭାଗ ସମ୍ଭାଳୁଛନ୍ତି । ଲେଗ ସ୍ପିନର ରାହୁଲ ଚହରଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଛି । ସେ ଇତି ମଧ୍ୟରେ ୮ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି ।

ପଞ୍ଜାବ କିଙ୍ଗ୍‌ସର ବୋଲିଂ ବିଭାଗରେ ସମସ୍ୟା ରହିଛି । ମହମ୍ମଦ ସାମି ବୋଲିଂ ବିଭାଗ ସମ୍ଭାଳୁଥିଲେ ହେଁ ଦଳ ଏପର୍ଯ୍ୟନ୍ତ ଉପଯୁକ୍ତ ବୋଲିଂ ଯୋଡି ପାଇ ନାହିଁ । ରିଲି ମେରେଡିଥ୍‌ ଓ ଝେୟ ରିଚାର୍ଡସନ୍‌ ଭାରତୀୟ ପିଚ୍‌ରେ ବୋଲିଂ କରିବାର କୌଶଳ ପାଇ ନାହାନ୍ତି । ସ୍ପିନ ବିଭାଗରେ ମଧ୍ୟ ବାରମ୍ବାର ଅଦଳ ବଦଳ ହେଉଛି । ତେଣୁ ଆସନ୍ତା କାଲି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବା ପୂର୍ବରୁ ପଞ୍ଜାବ କିଙ୍ଗ୍‌ସ ଏକ ଦକ୍ଷ ବୋଲିଂ ବିଭାଗ ପ୍ରସ୍ତୁତ କରିବା ଜରୁରୀ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ