ଖେଳ

ରୋହିତଙ୍କୁ ଝଟକା: ଧିମା ବୋଲିଂ ପାଇଁ ଲାଗିଲା ୧୨ ଲକ୍ଷର ଫାଇନ୍

ନୂଆଦିଲ୍ଲୀ ୨୧/୪: ଦିଲ୍ଲୀଠୁ ହାରିବା ପରେ ରୋହିତଙ୍କୁ ଲାଗିଛି ଡବଲ ଝଟକା । ଧିମା ବୋଲିଂ ପାଇଁ ୧୨ ଲକ୍ଷର ଫାଇନ ଦେବେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ । ଗତକାଲି ମୁମ୍ୱାଇ ଇଣ୍ଡିଆନ୍ସକୁ ୬ ଓ୍ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସୂଚନା ଥାଉକି, ଚଳିତ IPLରେ ୨ଥର ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ମୁମ୍ୱାଇ । ତେବେ ଆଇପିଏଲ ଗାଇଡଲାଇନ ମୁତାବକ ନିର୍ଦ୍ଧାରିତ ସମୟରେ ବୋଲିଂ କରିପାରିନଥିଲେ । ଧିମା ବୋଲିଂ ପାଇଁ ସମୟ ଅଧିକ ଲାଗିଥିଲା ।

ପ୍ରଥମ ଥର ପାଇଁ ଏଭଳି ବଡ ଫାଇନର ଶିକାର ହୋଇଛନ୍ତି ରୋହିତ । ତେବେ ଆଗକୁ ଯଦି ପୁଣିଥରେ ଏଭଳି ଭୁଲ ହୁଏ ତାହେଲେ ଡବଲ ଫାଇନ ଅର୍ଥାତ ୨୪ ଲକ୍ଷର ଫାଇନ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଏତଦ୍ ବ୍ୟତୀତ ଟିମର ଖେଳାଳୀମାନଙ୍କର ମଧ୍ୟ ୨୫ ପ୍ରତିଶତ କଟାଯିବ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୩୭ ରନ କରଥିଲା ମୁମ୍ୱାଇ । ଦଳ ପକ୍ଷରୁ କ୍ୟାପଟେନ୍ ରୋହିତ ଶର୍ମା ପିଚରେ ବେଶି ସମୟ ତିଷ୍ଟି ପାରିନଥିଲେ । ୪୪ ରନ କରି ସେ ଅମିତ ମିଶ୍ରାଙ୍କ ବଲର ଶିକାର ପାଭିଲିୟନକୁ ଫେରିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ