ଖେଳ

ଲଗାତାର ତୃତୀୟ ବର୍ଷ ପାଇଁ ସ୍ଥଗିତ ହେଲା କଳାହାଣ୍ତି କପ୍‌

କଟକ: ରାଜ୍ୟର ସର୍ବବୃହତ୍‌ କ୍ରିକେଟ୍‌ ପ୍ରତିଯୋଗିତା କଳାହାଣ୍ତି କପ୍‌ ପୁଣି ଥରେ ସ୍ଥଗିତ ‌ହୋଇଛି। ବଢୁଥିବା କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ) କତ୍ତୃର୍ପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଏସ˚କ୍ରାନ୍ତରେ ସମସ୍ତ ଅ˚ଶଗ୍ରହଣକାରୀ ଜିଲ୍ଲା ଓ ସ˚ସ୍ଥାମାନଙ୍କୁ ଜଣାଇଦିଆଯାଇଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଏହାଫଳରେ ପୁଣି ଥରେ ନବାଗତ ଖେଳାଳିଙ୍କ କଳାହାଣ୍ତି କପ୍‌ ଖେଳିବା ଆଶା ମଉଳି ଯାଇଛି। ଶେଷ ଥର ପାଇଁ ୨୦୧୮ ମସିହାରେ କଳାହାଣ୍ତି କପ୍‌ ଆୟୋଜନ ହୋଇଥିଲାବେଳେ ବର୍ତ୍ତମାନର ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ ଅସମ୍ଭବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

ଗତ ମାର୍ଚ୍ଚ ୧୦ ତାରିଖରେ ଓସିଏର କର୍ମକର୍ତ୍ତା, ଆପେକ୍ସ କାଉନସିଲ ସଦସ୍ୟ ଏବ˚ କିଛି ନାମୀ କ୍ରିକେଟରଙ୍କୁ ନେଇ ଏକ ବୈଠକ କରାଯାଇଥିଲାବେଳେ ଚଳିତ ବର୍ଷର କଳାହାଣ୍ତି କପ୍‌ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଲିଗ୍‌ ପର୍ଯ୍ୟାୟକୁ ଦୁଇ ଦିନିଆ, ସୁପରଲିଗ୍‌ ଓ ନକ୍‌ଆଉଟ ପର୍ଯ୍ୟାୟ ୩ଦିନିଆ, ଫାଇନାଲ୍‌ ମ୍ୟାଚ ୪ଦିନିଆ ବିଶିଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅନୁସାରେ ମାର୍ଚ୍ଚ ଶେଷ ଆଡକୁ ଓ ଏପ୍ରିଲ ଆରମ୍ଭ ବେଳଠୁ ବିଭିନ୍ନ ଜିଲ୍ଲାରେ ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏହିଠାରୁ କଳାହାଣ୍ତି କପ୍‌ ପାଇଁ ଜିଲ୍ଲା ଦଳ ଚୟନ କରିବାକୁ ଯୋଜନା ରହିଥିଲା। କେତେକ ଜିଲ୍ଲା ଦଳମାନଙ୍କୁ ଆପାତତଃ ଚୟନ କରିସାରିଥିଲେ। କିନ୍ତୁ କରୋନା ସ˚କ୍ରମଣ ବଢୁଥିବାରୁ ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ କଳାହାଣ୍ତି କପ୍‌କୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଥିବା କୁହାଯାଇଛି। ଯଦି ସ˚କ୍ରମଣ ହାରରେ ହ୍ରାସ ପରିଲକ୍ଷିତ ହୁଏ, ତାହେଲେ ସରକାରଙ୍କଠୁ ଅନୁମତି ଆଣି ପୁଣି ଥରେ ଖେଳ ଆରମ୍ଭ କରାଯାଇପାରେ ବୋଲି ସ˚ଜୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶେଷଥର ପାଇଁ କଳାହାଣ୍ତି କପ୍‌ ୨୦୧୮ ମସିହାରେ ଖେଳାଯାଇଥିଲା। ଏହାପରଠୁ ୨୦୧୯ରେ ପାଣ୍ଠି ଅଭାବ ଦର୍ଶାଇ ପ୍ରତିଯୋଗିତାକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା। ନିର୍ବାଚନ ପରେ ୨୦୨୦ରେ ଅନ୍ତଃ କ୍ଲବ୍‌ ପ୍ରତିଯୋଗିତା ଆୟୋଜନ ହୋଇଥିଲେ ବି କରୋନା ସ˚କ୍ରମଣ ଯୋଗୁଁ ଅନ୍ତଃ ଜିଲ୍ଲା ପ୍ରତିଯୋଗିତା କରାଯିବା ସମ୍ଭବ ହୋଇନଥିଲା। ତଥାପି ବର୍ଷ ଶେଷ ଆଡ଼କୁ ଅନ୍ତଃ ଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ ଆୟୋଜନ କରାଗଲା ଓ ପରେ ଏଥିରୁ ଖେଳାଳି ଚୟନ କରାଯାଇ ଓଡ଼ିଶା କ୍ରିକେଟ ଲିଗ୍‌ ଖେଳାଯାଇଥିଲା। ଚଳିତ ବର୍ଷ ମଧ୍ୟ ସମାନ ଧରଣର ପରିସ୍ଥିତି ସୃଷ୍ଟି ହେଉଥିବାରୁ କଳାହାଣ୍ତି କପ୍‌ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ