ଖେଳ

ଭାରତକୁ ଝଟକା: ଅଲିମ୍ପିକ୍ ଯିବାକୁ ଥିବା ଭାରତୀୟ ବକ୍ସର ହେଲେ ସଂକ୍ରମିତ, ବନ୍ଦ ହେଲା ଶିବିର

ନୂଆଦିଲ୍ଲୀ ୨୦/୪: ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ଝଟକା । ଏହା ପୂର୍ବରୁ ଦିଲ୍ଲୀ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ପୁରୁଷ ଓ ମହିଳା ବକ୍ସର ପଜିଟିଭ ଚିହ୍ନଟ ହୋଇଛନ୍ତି । ମହିଳା ବକ୍ସର ସିମରନଜିତଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିଥିଲେ ।

ତେବେ ତାଙ୍କର ରିପୋର୍ଟ ପଜିଟିଭ ହେବା ଫଳରେ ଆଇଜି ଷାଡିୟମରେ ଶିବିରକୁ ବନ୍ଦ କରିଦିଆଯାଇଛି । ଯେଉଁ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ଘରକୁ ପଠାଇଦିଆଯାଇଛି । ଏପଟେ ୨୨ ବକ୍ସରଙ୍କ ସମେତ ସପୋର୍ଟ ଷ୍ଟାଫ୍ ସବୁ ଷ୍ଟାଡିୟମରେ ଏକାନ୍ତବାସରେ ରହୁଛନ୍ତି । ସେପଟେ ସୁଟିଂରେ ମଧ୍ୟ ଖେଳାଳି ସଂକ୍ରମିତ ହେବା ପରେ ଟିକାକରଣ ନେଇ ଦାବି ଉଠିଛି । ସମସ୍ତ ଖେଳାଳିଙ୍କୁ ଟିକା ଦିଆଯାଉ ବୋଲି କୁହାଯାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ