ଦେଶ ବିଦେଶ ସ୍ୱାସ୍ଥ୍ୟ

ରେଳବାଇ ପ୍ରସ୍ତୁତ କଲା ୪ ହଜାର କୋଭିଡ୍ କୋଚ୍: ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସିଲା ଅର୍ଡର୍

ନୂଆଦିଲ୍ଲୀ ୧୮/୦୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ରେଳବାଇ ପୁଣିଥରେ ନିଜର କୋଭିଡ କୋଚ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିଛି। ରେଳବାଇ ପାଖରେ ବର୍ତ୍ତମାନ ୪୦୦୨ଟି କୋଚ ଅଛି। ଏହି କୋଚଗୁଡିକୁ କରୋନା କୋଚରେ ପରିବର୍ତ୍ତିତ କରାଯାଇଛି। ମହାରାଷ୍ଟ୍ର ନନ୍ଦ୍ୱରବାର ଜିଲ୍ଲାରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବେଡ୍ ନଥିବାରୁ ପଶ୍ଚମ ରେଳବାଇ ୨୧ ଆଇସୋଲେସନ ଟ୍ରେନ କୋଚ ପ୍ରସ୍ତୁତ କରିଛି। ଦିଲ୍ଲୀ ସରକାର ମଧ୍ୟ କୋଭିଡ କୋଚ୍ ଦାବି କରିଛନ୍ତି। ଦିଲ୍ଲୀ ସରକାର ଆନନ୍ଦ ବିହାର ଓ ଶକୁର ବସ୍ତିରେ ଏହି କୋଚ ଲଗାଇବାକୁ କହିଛନ୍ତି।


କୋଭିଡ କୋଚ୍ ପାଇଁ ରେଳବାଇ ଗତ ବର୍ଷ ସ୍ଲିପର୍ ଓ କିଛି ଜେନେରାଲ କୋଚକୁ ମୋଡ଼ିଫାଏ କରିଥିଲା। ଏଥିରେ ଅକ୍ସିଜେନ ସିଲିଣ୍ଡର ଅନ୍ୟ ଆବଶ୍ୟକୀୟ ଉପକରଣ ମଧ୍ୟ ରଖାଯାଇଥିଲା। କିନ୍ତୁ ଲୁହା ବଡି ଯୋଗୁଁ ଭିତରେ ଅତ୍ୟଧିକ ଗରମ ଯୋଗୁଁ ରୋଗୀଙ୍କୁ ଭିତରେ ରଖିବା ବୋଧହୁଏ ଅଧିକ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ବର୍ତ୍ତମାନ ଏହାର ଚାହିଦା ନାହିଁ।


ଗତ ବର୍ଷ ମଧ୍ୟ ବହୁ କଷ୍ଟରେ ୨୦୦ କୋଚ୍ ବ୍ୟବହୃତ ହୋଇଥିଲା। ରେଲବାଇ ଏହି କୋଚ୍ ମଧ୍ୟରୁ କିଛି ପୂର୍ବ ଉତ୍ତର ପ୍ରଦେଶର ମଉ, ବିହାର ଭାଗଲପୁର, ଦିଲ୍ଲୀ ଶକୁର ବସ୍ତି ଓ ଆନନ୍ଦ ବିହାର ଭଳି ଷ୍ଟେସନରେ ରଖିଥିଲା। କିଛି ସ୍ଥାନରେ ଏହି କୋଚ୍ ବ୍ୟବହୃତ ହୋଇଥିଲା। କିନ୍ତୁ ସବୁ କୋଚ୍ ବ୍ୟବହୃତ ହୋଇନଥିଲା |


ସୂତ୍ର ଅନୁଯାୟୀ, ରେଲବାଇ ପାଖାପାଖି ୪ ହଜାର କୋଭିଡ୍ କୋଚ୍ ପ୍ରସ୍ତୁତ କରିବା ପାଇଁ ହଜାରେ କୋଟି ଖର୍ଚ୍ଚ କରିଛି। କିନ୍ତୁ ବର୍ତ୍ତମାନ ଏହି କୋଚର ବେଶୀ ଚାହିଦା ନାହିଁ। ରେଳବାଇ ଦେଶର ୧୬ଟି ଜୋନର ବିଭିନ୍ନ ସହରରେ ଏହି କୋଚ୍ ନିୟୋଜିତ କରିଛି ଯେପରି ଆବଶ୍ୟକ ପଡିଲେ ତୁରନ୍ତ ଏହା କାମରେ ଆସିପାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ