ଦେଶ ବିଦେଶ ମନୋରଞ୍ଜନ

ବଲିଉଡରେ କରୋନାର କଳା ଛାଇ: ଅର୍ଜୁନ ରାମପାଲଙ୍କ ପରେ ସମୀରା ରେଡ୍ଡୀ ପଜିଟିଭ୍, ଲେଖିଲେ ଇମୋସନାଲ୍ ପୋଷ୍ଟ

ମୁମ୍ବାଇ ୧୮/୦୪ : ଅଭିନେତ୍ରୀ ସମୀରା ରେଡ୍ଡୀ କରୋନା ସ୍ଥିତି ଦେଖି ୨୦୨୦ ରେ ମୁମ୍ବାଇରୁ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। ସମୀରା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଜର ଫିଟନେସ ରିଲ୍ସକୁ ନେଇ ବହୁତ ଲୋକପ୍ରିୟ। ୟୁଜର୍ସ ଫିଟ୍ ରହିବାକୁ ତାଙ୍କ ଟିପ୍ସ ଫଲୋ କରନ୍ତି। ସେ ସୋସିଆଲ ମିଡ଼ିଆରେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ପଢି ସମସ୍ତେ ଚକିତ। ପୋଷ୍ଟରେ ସେ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି।


ବାହାଘର ପରେ ସମୀରା ବଲିଉଡରୁ ବ୍ରେକ୍ ନେଇଥିଲେ। କାରଣ ସେ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ। କରୋନା ଭୟରେ ଗତବର୍ଷ ସେ ମୁମ୍ବାଇରୁ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ତଥାପି ସେ ନିଜକୁ କରୋନାରୁ ରକ୍ଷା କରିପାରିନାହାନ୍ତି।


ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ଓ ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି। ୨୦୨୦ ଜୁଲାଇ ସମୀରା ନିଜ ସ୍ୱାମୀ, ନିଜର ଦୁଇ ଛୁଆ ଓ ଶାଶୁଙ୍କ ସହ ଗୋଆ ଚାଲି ଯାଇଥିଲେ। ତେବେ ସେ କୋଭିଡ୍ ଗାଇଡଲାଇନ୍ କରୁଛନ୍ତି।

ଏହା ପୂର୍ବରୁ ଅଭିନେତା ଅର୍ଜୁନ ରାମପାଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ ଗତ ୧୦ ଦିନରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସତର୍କ ରୁହନ୍ତୁ ଏବଂ ନିଜର କରୋନା ଯାଞ୍ଚ କରାଇ ଦିଅନ୍ତୁ। ପୋଷ୍ଟରେ ସେ ଲେଖିଥିଲେ ଯେ ସେ ଅସିମ୍ପଟମେଟିକ୍ କିନ୍ତୁ ତଥାପି ନିଜକୁ ଆଇସୋଲେଟ୍ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ