କେନ୍ଦ୍ରାପଡ଼ାର ଅଗ୍ରଣୀ ସାମାଜିକ ସଙ୍ଗଠନ ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ଓଡିଶା ପରିବାରର ପ୍ରଥମ ଜନ୍ମବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଓରତଘାଟ ରେ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ରେ ପଣା ବଣ୍ଟନ ଓ କରନା ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ମହାକାଳପଡ଼ା ସ୍ଥିତ ଓରତଘାଟ ଦେଇ ଯାତାୟାତ କରୁଥିବା ବାଟେଇ ବନ୍ଧୁମାନଙ୍କୁ ଅଟକାଇ ପଣା ବଣ୍ଟନ କରିବା ସହ କେମିତି କରନା ଠୁ ସତର୍କ ରହିବାକୁ ହେବ ବୁଝାଇଥିଲେ ଓ ମାସ୍କ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ଅକ୍ଷୟ ପାତ୍ର, ବିଚିତ୍ର ବେହେରା,ବାପି ଗୋଚ୍ଛାୟତ, ବିଶ୍ଵଜିତ ଦାସ, ସଦାନନ୍ଦ ଦାସ, ଚିଣ୍ଟୁ ଦାସ, ଶୁଭମ ଦାସ, ଅନିରୁଦ୍ଧ ଦାସ,ବଳରାମ ବାରିକ, ଶ୍ରୀଧର ସାହୁ ଓ ଅନ୍ୟନ ସଦସ୍ୟ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ରେ ରାସ୍ତାରେ ଯାଉଥିବା ଶୋଷିଲା ଲୋକ ମାନଙ୍କୁ ପଣା ପିଇବାକୁ ଦିଆଯାଇଥିଲା ଏବଂ ଆବଶ୍ୟକ ଲୋକ ମାନଙ୍କୁ ଜଳ ମଧ୍ୟ ଦିଆ ଯାଇଥିଲା | ପ୍ରଥମ ବାର୍ଷିକ ଉତ୍ସବ ସତ୍ୱେ ଏହି କରୋନା ମହାମାରୀ କୁ ଆଖି ଆଗରେ ରଖି ସଂଗଠନର ପରିଚାଳନା କମିଟି ତଥା ମେମ୍ବର ମାନଙ୍କ ପରାମର୍ଶ କ୍ରମେ ଏହି ବର୍ଷ ଏହି ଦିନ କୁ ଧୂମଧାମ ରେ ପାଳନ ନ କରି ଅତି ସାଧାରଣ ଭାବେ ଜନ ସାଧାରଣ ଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପାଳନ କରାଯାଇଛି | ସଂଗଠନ କୁ ଏଇ ଏକ ବର୍ଷ ମଧ୍ୟରେ ଅନେକ ସଫଳତା ମିଳିବା ସହ ସଂଗଠନ ମଜବୁତ ହୋଇଛି | ସଂଗଠନ ର ଏହି ସଫଳତା ନିମନ୍ତେ ଓ ଭବିଷ୍ୟତ ରେ ଏହାର ମଙ୍ଗଳ ତଥା ଉନ୍ନତି କାମନା କରି ସଭାପତି ଅକ୍ଷୟ ପାତ୍ର, ତଥା ବାପି ଗୋଛାୟତ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିରରେ ଦୀପ ଦାନ କରିଛନ୍ତି |
