ରାଜ୍ୟ ସ୍ୱାସ୍ଥ୍ୟ

୧୭ରୁ ଭୁବନେଶ୍ବରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ : ଏନଫୋର୍ସମେଣ୍ଟ କଡାକଡି କରିବ କମିସନରେଟ୍ ପୁଲିସ, ସହଯୋଗ ପାଇଁ ବିଏମସିର ଆହ୍ବାନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ରାଜ୍ୟର ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ଟି ଜିଲ୍ଲାରେ ସଂନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହାରି ଭିତରେ ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଆହ୍ୱାନ ଦିଆଯାଇଛି।

ବିଏମସି କହିଛି ଯେ, ନାଇଟ୍ କର୍ଫ୍ୟୁକୁ ନେଇ କେହି ଭୟଭୀତ ହେବାର କିଛି କାରଣ ନାହିଁ । ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିବ । କେହି ଯେମିତି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେନେଇ ବିଏମସି ସତର୍କ ଥିବା କଥା କହିଛି । ଅନ୍ୟପଟେ କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ ପରିଲକ୍ଷିତ ହୋଇଛି । ଏହାକୁ ନେଇ ବିଏମସି କହିଛି କି ଅଧିକ ମାତ୍ରାରେ ଲୋକ ଭିଡ ହେଲେ କର୍ଫ୍ୟୁରୁ କିଛି ଲାଭ ମିଳିବ ନାହିଁ । ତେଣୁ ବଜାରରେ ଭିଡ କରିବା ପରିବର୍ତ୍ତେ ସମସ୍ତେ ଅନଲାଇନ୍ ଓ ହୋମ ଡେଲିଭରି ବ୍ୟବସ୍ଥାର ସୁଯୋଗ ନିଅନ୍ତୁ । ମେଡିକାଲ ସର୍ଭିସ ଓ ଏୟାରପୋର୍ଟ ପାଇଁ ଟାକ୍ସି ବ୍ୟବସ୍ଥା ରହିଛି । ତେଣୁ ଲୋକମାନେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ସହ ସରକାରଙ୍କୁ ସହାୟତା କରନ୍ତୁ ବୋଲି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି।

ଅନ୍ୟ ପକ୍ଷରେ ଭୁବନେଶ୍ବର ଓ କଟକରେ କୋଭିଡ ଏନଫୋର୍ସମେଣ୍ଟ କଡାକଡି ହେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। ନାଇଟ କର୍ଫ୍ୟୁକୁ କଡାକଡି କରିବା ପାଇଁ ପେଟ୍ରୋଲିଂ ବ୍ୟାପକ ହେବ ଏବଂ ଅମାନିଆଙ୍କୁ ସାବାଡ଼ କରାଯିବ ବୋଲି ସେ କହିଛନ୍ତି। ଏଥିଲାଗି ଆସନ୍ତାକାଲି କମିସନରେଟ ପୁଲିସ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯିବ। ସନ୍ଧ୍ୟା ୮ରୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ୧୭ ତାରିଖ ଦିନ ମାଇକ ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯିବ ଏବଂ ଭୁବନେଶ୍ୱରର ୨୫ଟି ଚେକିଂ ପଏଣ୍ଟରେ ବ୍ୟାପକ ପୁଲିସ ମୁତୟନ ହେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ