ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କ ଦରମା ପୁରା ପାକିସ୍ତାନ ଟିମର ବାର୍ଷିକ ଦରମା ସହ ସମାନ: ଗ୍ରେଡ୍-ଏ ପ୍ଲସରେ ଅଛନ୍ତି ଏହି ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ ୧୬/୦୪ : ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ରେକର୍ଡ ସୃଷ୍ଟି କରିବାରେ ଓ ନୂଆ କୀର୍ତ୍ତିମାନ ରଚିବାରେ ସବୁଠାରୁ ଆଗରେ। ରୋଜଗାର ମାମଲାରେ ମଧ୍ୟ କୋହଲି ସବୁଠାରୁ ଉପରେ ଅଛନ୍ତି। ସବୁଠାରୁ ଅଧିକ ଆୟ କରୁଥିବା କ୍ରିକେଟର୍ସଙ୍କ ତାଲିକାରେ କୋହଲିଙ୍କ ସାମିଲ ଅଛି। ଯଦି ବିଜ୍ଞାପନ ଆୟକୁ ଅଲଗା କରାଯାଏ ତାହେଲେ ବିସିସିଆଇ ଠାରୁ ମିଳୁଥିବା ବାର୍ଷିକ ଦରମା ପାକିସ୍ତାନର ପୁରା ଟିମର ବାର୍ଷିକ ଦରମା ସହ ପ୍ରାୟ ସମାନ। ନିକଟରେ ବିସିସିଆଇ ୨୦୨୦ ଅକ୍ଟୋବର ରୁ ୨୦୨୧ ସେପ୍ଟେମ୍ବର ଯାଏଁ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି ଯେଉଁଥିରେ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାହ ଗ୍ରେଡ୍-ଏ ପ୍ଲସରେ ଅଛନ୍ତି।

ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟ ଅନୁଯାୟୀ, ଗ୍ରେଡ଼ A ପ୍ଲସ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ। ଗ୍ରେଡ୍ A ଖେଳାଳିଙ୍କୁ ୫ କୋଟି ଟଙ୍କା ମିଳେ। ଗ୍ରେଡ୍ ବି ଓ ସି ଖେଳାଳିଙ୍କୁ କ୍ରମଶଃ ୩ କୋଟି ଓ ୧ କୋଟି ଟଙ୍କା ମିଳେ।

ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଖେଳାଳିଙ୍କୁ ୩ଟି କ୍ୟାଟେଗରୀରେ ରଖିଛି। ଏ ଗ୍ରେଡ଼ର ୩ ଖେଳାଳିଙ୍କୁ ମାସିକ ୧୧ ଲକ୍ଷ ପାକିସ୍ତାନୀ କରେନ୍ସି (ଭାରତୀୟ ମୁଦ୍ରାରେ ୫.୨୦ ଲକ୍ଷ) ମିଳିଥାଏ। ଏହି ଗ୍ରେଡରେ ବାବର ଆଜମ, ଶାହୀନ ଆଫ୍ରିଦି ଓ ଅଜହର ଅଲି ଅଛନ୍ତି। ବି କ୍ୟାଟେଗରୀ ଖେଳାଳିଙ୍କୁ ୭.୫୦ ପାକିସ୍ତାନୀ ମୁଦ୍ରା (ଭାରତୀୟ ମୁଦ୍ରାରେ ୩.୫୪ ଲକ୍ଷ ଟଙ୍କା) ଓ ସି କ୍ୟାଟେଗରୀ ଖେଳାଳିଙ୍କୁ ପାକିସ୍ତାନୀ ମୁଦ୍ରାରେ ୫.୫୦ ଲକ୍ଷ (ଭାରତୀୟ ମୁଦ୍ରାରେ ୨.୬୦ ଲକ୍ଷ ଟଙ୍କା) ମିଳିଥାଏ। ପାକିସ୍ତାନ ଏ କ୍ୟାଟେଗରୀରେ ୩, ବିରେ ୯ ଓ ସିରେ ୬ ଖେଳାଳିଙ୍କୁ ରଖିଛି।

ଯଦି ପାକିସ୍ତାନ ଟଙ୍କାକୁ ଭାରତୀୟ ଟଙ୍କାରେ ପରିବର୍ତିତ କରାଯାଇଆ ତାହେଲେ ପାକିସ୍ତାନର ପୁରା ଟିମର ବାର୍ଷିକ ଦରମା କୋହଲିଙ୍କ ବାର୍ଷିକ ରିଟେନର ଫିସ ସହ ସମାନ। ପାକିସ୍ତାନ ବୋର୍ଡ ପ୍ରତି ବର୍ଷ ଖେଳାଳିଙ୍କ ଫିସରେ ୭.୪ କୋଟି ଟଙ୍କା ଖର୍ଚ୍ଚ କରିଥାଏ।

ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ –

ଗ୍ରେଡ୍ ଏ +: ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରାହ

ଗ୍ରେଡ୍ ଏ: ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ, କେ.ଏଲ୍ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ଗ୍ରେଡ୍ ବି: ରିଦ୍ଧିମାନ ସାହା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର ଏବଂ ମୟଙ୍କ ଅଗ୍ରୱାଲ |

ଗ୍ରେଡ୍ ସି: କୁଲଦୀପ ଯାଦବ, ନବଦୀପ ସାଇନି, ଦୀପକ ଚହର, ଶୁଭମନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ୍ ଆୟର, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ