ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

‘ବେଡ୍ ନାହିଁ ଯଦି ଇଞ୍ଜେକ୍ସନ ଦେଇ ମାରିଦିଅ’-କରୋନାରେ ଗୁରୁତର ବାପାଙ୍କୁ ବଞ୍ଚାଇବାକୁ ପୁଅର ଗୁହାରି, ଭାଇରାଲ୍ ହେଉଛି ହୃଦୟ ବିଦାରକ ଭିଡିଓ

ଚନ୍ଦ୍ରପୁର ୧୫/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦ୍ୱିତୀୟ ଲହରରେ ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି। ହସ୍ପିଟାଲମାନଙ୍କରେ ବେଡ଼ ଖାଲି ନଥିବାରୁ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ବେଡ୍ ନ ମିଳିବାରୁ ଅନେକ ଗୁରୁତର କରୋନା ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି କିମ୍ବା ଆମ୍ବୁଲାନ୍ସରେ ଚିକିତ୍ସିତ ହେଉଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ଦେଖି ଆପଣଙ୍କ ଆଖିରୁ ମଧ୍ୟ ଦୁଇ ଧାର ଲୁହ ଝରି ଆସିବ। ଏହି ହୃଦୟ ବିଦାରକ ଦୃଶ୍ୟ ମହାରାଷ୍ଟ୍ର ଚନ୍ଦ୍ରପୁରର। ଭିଡିଓରେ ଜଣେ ବ୍ୟକ୍ତି ନିଜ ବାପାଙ୍କ ପାଇଁ ହସ୍ପିଟାଲରେ ଗୋଟିଏ ବେଡ଼ ପାଇଁ ନେହୁରା ହେଉଛନ୍ତି। ଉକ୍ତ ବ୍ୟକ୍ତିଙ୍କ ବାପା କରୋନାରେ ସଂକ୍ରମିତ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ବ୍ୟକ୍ତି ଜଣକ କହୁଛନ୍ତି, “ତାଙ୍କୁ ହସ୍ପିଟାଲରେ ଗୋଟେ ବେଡ୍ ଦିଅନ୍ତୁ ନହେଲେ ଇଞ୍ଜେକ୍ସନ୍ ଦେଇ ମାରିଦିଆନ୍ତୁ, ମୁଁ ତାଙ୍କୁ ଘରକୁ ନେଇ ଯାଇପାରିବିନି, ଆପଣମାନେ ବେଡ୍ ବି ଦେଉନାହାନ୍ତି।”

ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ଜଣକ ହେଲେ ସାଗର କିଶୋର। ନିଜ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ସେ ମହାରାଷ୍ଟ୍ର ଓ ତେଲେଙ୍ଗାନାର ଅନେକ ହସ୍ପିଟାଲର ଚକ୍କର କାଟିଛନ୍ତି। କିନ୍ତୁ ତାଙ୍କୁ କେଉଁଠି ହେଲେ ବେଡ଼ ମିଳିନଥିଲା। ବାପାଙ୍କୁ ଆମ୍ବୁଲାନ୍ସରେ ଶୁଆଇ ଏକ ହସ୍ପିଟାଲ ବାହାରେ ଛିଡା ହୋଇ ଯୁବକ ଜଣକ ଭିଡିଓ କରି କହିଛନ୍ତି ଯେ ତାଙ୍କୁ ଗୋଟିଏ ବେଡ୍ ଦିଅନ୍ତୁ ନହେଲେ ଇଞ୍ଜେକ୍ସନ ଦେଇ ମାରିଦିଆନ୍ତୁ। ଏହିଭଳି ଅବସ୍ଥାରେ ସେ ତାଙ୍କୁ ଘରକୁ ନେଇ ଯାଇପାରିବେନି। ସାଗର କିଶୋରଙ୍କ ବାପା ଆମ୍ବୁଲାନ୍ସରେ ସୋଇଥିବା ଭିଡିଓରେ ନଜର ଆସିଛନ୍ତି ଏବଂ ତାଙ୍କ ଅକ୍ସିଜେନ ଲେଭଲ କମି କମି ଯାଉଛି।

ବୁଧବାର ଦିନ ମଧ୍ୟ ଏହିଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଜଣେ ୩୦ ବର୍ଷୀୟ ମହିଳା ନିଜ କୋଭିଡ ସଂକ୍ରମିତ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ହାଜରିବାଗରୁ ରାଞ୍ଚି ଯାଇଥିଲେ। ଭାଇରାଲ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସାହାଯ୍ୟ ପାଇବାକୁ ହସ୍ପିଟାଲ ପାର୍କିଙ୍ଗରେ ସେ ଅଧା ଘଣ୍ଟା ଅପେକ୍ଷା କରିଥିଲେ। ଡାକ୍ତର ପହଞ୍ଚିବା ବେଳକୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ