ମନୋରଞ୍ଜନ ରାଜ୍ୟ

ମାୟାନଗରୀରେ ଚମକୁଛନ୍ତି ଓଡ଼ିଆ ଝିଅ ରିୟାନା, OTT ପ୍ଲାଟଫର୍ମରେ କରୁଛନ୍ତି ରାଜ୍‌

ମୁମ୍ବାଇ ୧୪।୦୪: ମାୟାନଗରୀରେ ଚମକୁଛନ୍ତି ଆଉ ଜଣେ ଓଡିଆ ଝିଅ । ବଲିଉଡ଼ରେ କାମ କରି ଏବେ ଚର୍ଚ୍ଚାରେ ଓଡିଆ ଝିଅ ରିୟାନା ଶୁକ୍ଲା । ଅଭିନୟ ଓ ମଡେଲିଂ କରି ବେଶ ଆଗରେ ଥିବା ଓଡିଆ ଝିଅ ରିୟାନା ଏବେ ନିଜ ଫିଲ୍ମ ଓ ୱେବ୍‌ସିରିଜ୍‌କୁ ନେଇ ଓଟିଟି ପ୍ଲାଟ୍‌ଫର୍ମରେ ରାଜ୍‌ କରୁଛନ୍ତି । ନିକଟରେ ଓଟିଟି ପ୍ଲାଟ୍‌ଫର୍ମ ଏମ୍‌ଏକ୍ସ ପ୍ଲେୟାରରେ ତାଙ୍କର ସିନେମା ଏବଂ ୱେବସିରିଜ୍‌ ଷ୍ଟ୍ରିମିଂ ହେବାରେ ଲାଗିଛି ।


ହିନ୍ଦୀ ହରର୍‌ ୱେବ୍‌ସିରିଜ୍‌ ‘ଫ୍ୟାନ୍ସି’ ସହ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଲି’ ଷ୍ଟ୍ରିମଂ ହୋଇଛି । ଦୁଇଟି ଫିଲ୍ମକୁ ଦର୍ଶକମାନେ ଖୁବ୍‌ ଭଲପାଇବା ଦେଉଛନ୍ତି । ଯାହାକୁ ନେଇ ରିୟାନା ଖୁବ୍‌ ଉତ୍ସାହିତ ଅଛନ୍ତି ।


ସେ କହିଛନ୍ତି, ଜାତୀୟସ୍ତରୀୟ ଓଟିଟି ପ୍ଲାଟ୍‌ଫର୍ମରେ ଓଡ଼ିଆ ସିନେମା ଷ୍ଟ୍ରିମିଂ ହେବା ମୋ ପାଇଁ ବହୁତ ଗର୍ବର କଥା । ଖୁସି ଲାଗୁଛି ମୋ ଫିଲ୍ମୀ ଷ୍ଟ୍ରିମିଂ ହେଉଛି । ବର୍ତ୍ତମାନ କରୋନା କଟକଣା ଲାଗି ସୁଟିଂ ବନ୍ଦ ଥିବାରୁ ଭବିଷ୍ୟତ ଯୋଜନାରେ ବ୍ୟସ୍ତ ରହିଛି ।


ଆଗକୁ ସସ୍‌ପେନ୍ସ ଥ୍ରିଲର୍‌ ୱେବ୍‌ସିରିଜ୍‌ ‘ଦି ଏଣ୍ଡ୍‌’ ଆସୁଛି । ଏହି ଫିଲ୍ମର ଆଉ ମାତ୍ର ୨୦% ସୁଟିଂ ବାକି ରହିଛି । ରିୟାନା ୭ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିବା ବେଳେ ତାଙ୍କର ହିନ୍ଦୀ ହରର୍‌ ସିନେମା ‘ଆଇ ନୋ ୟୁ’ ଗତବର୍ଷ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ