ଦେଶ ବିଦେଶ ମନୋରଞ୍ଜନ

ଗୁଜରାଟୀ ଫିଲ୍ମର ସୁପରଷ୍ଟାର ନରେଶ କନୋଡ଼ିଆଙ୍କ ପରଲୋକ : କରୋନାରେ ହୋଇଥିଲେ ସଂକ୍ରମିତ

ଅହମଦାବାଦ ୨୭/୧୦: ଗୁଜରାଟୀ ଫିଲ୍ମର ସୁପରଷ୍ଟାର ନରେଶ କନୋଡ଼ିଆଙ୍କ କରୋନାରେ ପରଲୋକ ହୋଇଯାଇଛି। ସେ ୪ଦିନ ହେବ ହସ୍ପିଟାଲରେ ଆଡମିଟ ଥିଲେ ଏବଂ ତାଙ୍କର ଅହମଦାବାଦର ୟୁଏନ୍ ମେହତା ଇନଷ୍ଟଚ୍ୟୁଟରେ ଚିକିତ୍ସା ଚାଲିଥିଲା। ତାଙ୍କର ୭୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ନରେଶ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ ଏବଂ ତାଙ୍କର ଆଜି ବି ଅନେକ ପ୍ରଶଂସକ ଅଛନ୍ତି। ଅଭିନେତା ନରେଶ କନୋଡ଼ିଆଙ୍କୁ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅମିତାଭ ବଚ୍ଚନ ଭାବେ ଜଣା ଯାଇଥାଏ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି।

ଗୁଜରାଟୀ ଫିଲ୍ମରେ ମହେଶ-ନରେଶଙ୍କ ଯୋଡ଼ି ଖୁବ୍ ଜଣାଶୁଣା ଥିଲା। ନରେଶ କନୋଡ଼ିଆଙ୍କ ବଡ଼ ଭାଇ ମହେଶ କନୋଡ଼ିଆଙ୍କ ବଡ଼ ଭାଇ ମହେଶ କନୋଡ଼ିଆ ଗୁଜରାଟୀ ଫିଲ୍ମରେ ସଙ୍ଗୀତ ନିର୍ଦେଶକ ଥିଲେ। ମହେଶ କନୋଡ଼ିଆଙ୍କ ମଧ୍ୟ ୨ଦିନ ତଳେ ୮୩ବର୍ଷ ବୟସରେ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଯାଇଥିଲା। ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କ କହିବା ଅନୁସାରେ ୨ଭାଇ ଜୀବନସାରା ଏକାଠି ଥିଲେ ଏବଂ ମୃତ୍ୟୁ ବି ତାଙ୍କୁ ଅଲଗା କରିପାରିନଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମହେଶଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଥିଲେ।

ନରେଶ କନୋଡ଼ିଆ ରାଜନୀତି ସହ ମଧ୍ୟ ଜଡ଼ିତ ଥିଲେ। ସେ ପାଟଣରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ଭାଇ ମହେଶ କନୋଡ଼ିଆ ୫ଥର ବିଜେପି ସାଂସଦ ରହି ସାରିଛନ୍ତି। ଏବେ ନରେଶ କନୋଡ଼ିଆଙ୍କ ପୁଅ ହିତୁ କନୋଡ଼ିଆ ମଧ୍ୟ ଗୁଜରାଟ ଫିଲ୍ମର ସୁପରଷ୍ଟାର ହେବା ସହ ବିଜେପିର ଇଡର ସିଟରୁ ବିଧାୟକ ରହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ