ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀରେ ଭୁବନେଶ୍ୱର ଏଜି ଛକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟରେ କରୋନା ଟିକାର ଅଭାବ ନେଇ ତାଙ୍କ ପ୍ରତିକ୍ରିୟା ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଟିକା ଅଭାବ ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି ।

ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ । ତେବେ ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅତି କଡା ଶବ୍ଦରେ ନିନ୍ଦା କରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ସାରା ଭାରତରେ ୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି ।

ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଟିକାର ଅଭାବ କଥା ଭାବୁନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଟିକା ଅଭାବ ନେଇ ଅଭିଯୋଗ କରୁଥିବା ସେ କହିଛନ୍ତି । କରୋନାର ପ୍ରଥମ ଲହର ବେଳେ ଟିକା ନଥିଲା । ଏବେ ଟିକାର ଅଭାବ ନଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର