ଖେଳ ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

କେକେଆର୍‌ର ପରାଜୟକୁ ‘ନିରାଶଜନକ’ ବୋଲି କହିଲେ ଶାହରୁଖ: ଟ୍ୱିଟ୍ କରି ପ୍ରଶଂସକଙ୍କୁ ମାଗିଲେ କ୍ଷମା

ମୁମ୍ବାଇ ୧୪/୦୪ : ବଲିଉଡର କିଙ୍ଗ୍ ଖାନ ଶାହରୁଖ ଖାନ ଆଇପିଏଲ୍ ୨୦୨୧ର ପଞ୍ଚମ ମୁକାବିଲାରେ ନିଜ ଟିମ କୋଲକାତା ନାଇଟ୍ ରାଇଡ଼ର୍ସର ପ୍ରଦର୍ଶନ ଯୋଗୁଁ ବହୁତ ନିରାଶ ଅଛନ୍ତି। ଶାହରୁଖ ଖାନ କେକେଆର ଟିମର ମାଲିକ। ଆଇପିଏଲର ପଞ୍ଚମ ମୁକାବିଲାରେ କେକେଆର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଥିଲା। କେକେଆର ଏହି ମ୍ୟାଚ୍ ହାରି ଯାଇଛି। ଶାହରୁଖଙ୍କ ଟିମ୍ ହାରିଯିବା ପରେ ଶାହରୁଖ ଖାନ ଟ୍ୱିଟ୍ କରି ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ କେକେଆକୁ ୧୦ ରନରେ ପରାସ୍ତ କରିଛି। ମ୍ୟାଚ୍ ଆରମ୍ଭ ହେଲାବେଳେ କେକେଆର୍ ବହୁତ ଭଲ ଖେଳିଥିଲା। ଟିମ୍ ସହଜରେ ମ୍ୟାଚ୍ ଜିତିଲା ଭଳି ଜଣାପଡୁଥିଲା। କିନ୍ତୁ ଶେଷ ୫ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର୍ ପୁରା ବାଜି ଓଲଟାଇ ଦେଇଥିଲେ। ନିଜ ଟିମର ପରାଜୟକୁ ଶାହରୁଖ ଖାନ ନିରାଶଜଣକ ବୋଲି କହିଛନ୍ତି ଓ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, “କମ୍ ଶବ୍ଦରେ କହିବି, କୋଲକାତା ନାଇଟ୍ ରାଇଡ଼ର୍ସର ନିରାଶଜନକ ପ୍ରଦର୍ଶନ, ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ଚାହିଁବି “

ମ୍ୟାଚ ଆରମ୍ଭରୁ ଶେଷ ଯାଏଁ କେକେଆର ବିଜୟ ଉପରେ କବଜା କରିଥିଲା। କିନ୍ତୁ କଥାରେ ଅଛି ଭାଗ୍ୟ ବଦଳିବାକୁ ସମୟ ଲାଗେନି। ଚେନ୍ନାଇ ମଇଦାନରେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ନୀତିଶ ରାଣା ୫୭ ଓ ଶୁଭମନ ଗିଲ୍ ୩୩ ରନ୍ କରିଥିଲେ। କିନ୍ତୁ ଏଇ ଦୁଇ ଖେଳାଳିଙ୍କ ୱିକେଟ୍ ଯିବାପରେ ପୁରା ମ୍ୟାଚ୍ ଓଲଟି ଯାଇଥିଲା। କେକେଆର ୨୦ ଓଭରରେ ୭ ୱିକେଟ୍ ନେଇ ୧୪୨ ରନ କରିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ