ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ସିନେମାରେ ପୁଣି ଲାଗିଲା ‘ଲକଡାଉନ୍’: ବନ୍ଦ ହେଲା ଫିଲ୍ମ, ସରିଏଲ୍, ଆଡ୍ ସୁଟିଂ

ମୁମ୍ବାଇ ୧୪/୦୪ : ବୃଦ୍ଧି ପାଉଥିବା କରୋନା ମାମଲା ପୁଣିଥରେ ସରକାର ଓ ଲୋକଙ୍କ ଚିନ୍ତା ବଢ଼ାଇଛି। ସଂକ୍ରମଣ ନିୟନ୍ତ୍ରଣ କରିବାକୁ ମହାରାଷ୍ଟ୍ର ସରକାର ୧୪ ତାରିଖ ବୁଧବାର ଠାରୁ ଲକଡାଉନ ଘୋଷଣା କରିଛନ୍ତି। ଆଗାମୀ ୧୫ ଦିନ ଯାଏଁ ଟିଭି, ସିରିଏଲ, ଆଡ଼ ସୁଟିଂ ଓ ଫିଲ୍ମ ସୁଟିଂ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବର୍ତ୍ତମାନ ଫିଲ୍ମ ନିର୍ମାତା ଓ ଫିଲ୍ମ ଆସୋସିଏସନକୁ ହେବାକୁଥିବା କୋଟି କୋଟି ଟଙ୍କା କ୍ଷତି ଚିନ୍ତା ଖାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ୧୫ ଦିନ ଲକଡାଉନ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଥିବା ‘ବ୍ରେକ୍ ଦ ଚେନ୍’ ଆଦେଶ ଅନୁଯାୟୀ, ବୁଧବାର ରାତି ୮ଟା ରୁ ମେ’ ୧ ତାରିଖ ସକାଳ ୭ଟା ଯାଏଁ ଲକଡାଉନ ଲାଗୁ କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ କେବଳ ଜରୁରୀ ସେବା କାର୍ଯ୍ୟକାରୀ ହେବ। ଜରୁରୀ ସେବା ତାଲିକା ଜାରି କରାଯାଇଛି। ଏହି ତାଲିକାରେ ଫିଲ୍ମ କିମ୍ବା ଟିଭି ଇଣ୍ଡଷ୍ଟ୍ରି ନାଁ ସାମିଲ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୧୫ ଦିନ ଥିଏଟର ବନ୍ଦ ରହିବ। ଯେଉଁଥିପାଇଁ ଆଗାମୀ ଦୁଇ ସପ୍ତାହ ଯାଏଁ ରିଲିଜ ହେବାକୁଥିବା ଫିଲ୍ମ ଉପରେ ମଧ୍ୟ ଗ୍ରହଣ ଲାଗିଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହେବେ। ମହାରାଷ୍ଟ୍ରରେ ଏବେ ଫିଲ୍ମ ଓ ଟିଭିର ପ୍ରାୟ ୧୦୦ ସୁଟିଂ ଚାଲିଛି। ବଡ ବଡ ସୁଟିଂ ହୋଲ୍ଡରେ ରଖାଯାଇଛି। କିନ୍ତୁ ଟିଭି ଓ ବଲିଉଡର ଛୋଟ ଛୋଟ ପ୍ରୋଜେକ୍ଟର ସୁଟିଂ ଚାଲିଛି। ଏ ସମ୍ବନ୍ଧରେ ସେ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି।

କିଛି ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଲକଡାଉନ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୮ ହଜାର କୋଟି କ୍ଷତି ହୋଇଥିଲା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ