ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦୈନନ୍ଦିନ ଖାଦ୍ୟରେ ଏହାକୁ ଗୁରୁତ୍ବ ଦେଲେ ଦୂର ହେବ ହୃଦ୍‌ଘାତ ସମସ୍ୟା

ହୃଦ୍‌ଘାତ ଆଜିକାଲିକା ସମୟ ପାଇଁ ଏକ ସାଧାରଣ କଥା। ଅନେକ ଲୋକଙ୍କର ଏହି ସମସ୍ୟାରେ ପ୍ରାଣହାନୀ ଘଟୁଛି। ଏହା ନିୟନ୍ତ୍ରଣାଧୀନ ହେ‌ଲେ ନିକିଷକରେ ଜୀବନ ଚାଲି ଯାଇପାରେ। ବିଶେଷ କରି ଖାଇବା ପିଇବାରେ ଅବ‌ହେଳା ହେତୁ ହୃଦ୍‌ଘାତ ହୋଇଥାଏ। ନିଜର ଠିକ୍‌ ଭାବେ ଯତ୍ନ ନେଲେ ଆପଣ ନିଜକୁ ହୃଦ୍‌ଘାତଠାରୁ ଦୂରେଇ ରଖିପାରିବେ।

ଦୈନନ୍ଦିନ କାବ୍ରୋହାଇଡ୍ରେଟ୍‌ସ, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌ ଏବଂ ଫାଇବର୍‌ ଯୁକ୍ତ କିଛି ନା କିଛି ଖାଦ୍ୟ ଖାଆନ୍ତୁ। ଯଦି ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ପ୍ରୋଟିନ୍‌ ଖାଇବା ଟିକେ କମ୍‌ କଲେ ଚଳିବ। ମାତ୍ରାଧିକ ଓଜନ ମଧ୍ୟ ହୃଦ୍‌ଘାତର କାରଣ ହୋଇଥାଏ। ପ୍ରଚୁର ପରିମାଣର ଫଳ ଓ ସବୁଜ ପରିବା ଖାଆନ୍ତୁ। ବିଶେଷ କରି ଶାଗ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ବାଦାମ ଓ ବିଭିନ୍ନ ପ୍ରକାରର ମଞ୍ଜି ଖାଦ୍ୟରେ ସାମିଲ୍‌ କରନ୍ତୁ। ଶସ୍ୟ ଜାତୀୟ ଖାଦ୍ୟ ଓ ମାଛ ଖାଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାଏ। ଜଣେ ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ହୃଦ୍‌ଘାତ କବଳିତ କରିପାରେ ନାହିଁ। ବିଶେଷ କରି ଘରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ବାହାର ଖାଦ୍ୟ ଯେତେ ନଖାଇବେ ସେତେ ଭଲ। ମନେ ରଖନ୍ତୁ ଆପଣଙ୍କର ଯଦି ସିଗାରେଟ୍‌ କିମ୍ବା ମଦ୍ୟପାନର ଅଭ୍ୟାସ ଅଛି ତେବେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବାକୁ ପଡ଼ିବ। ଏସବୁ ମାନିବା ଦ୍ୱାରା ହୃଦ୍‌ଘାତକୁ ଏଡ଼ାଇ ଦିଆଯାଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ