ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଗୁଡ଼ୁଛି ନୂଆପଡ଼ା: ୧୧ ଦିନରେ ୭ଶହରୁ ଉର୍ଦ୍ଧ୍ବ ମାମଲା, ଚିନ୍ତାରେ ପ୍ରଶାସନ

ନୂଆପଡ଼ା: ଚଳିତ ବର୍ଷ ପ୍ରତ୍ୟେକ ଦିନ ସଂକ୍ରମଣରେ ନୂଆ ରେକର୍ଡ ସୃଷ୍ଟି ହେଉଛି। ନୂଆପଡ଼ା ଜିଲ୍ଲାରେ କରୋନା ଅନିୟନ୍ତ୍ରିତ ହେବାକୁ ଯାଉଛି। ଜିଲ୍ଲାରେ ୧୧ ଦିନରେ ୭ଶହରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରଶାସନ ଏହି ସଂକ୍ରମଣ ଆୟତ୍ତ ନକଲେ ଆଗାମୀ ଦିନରେ ମଧ୍ୟ ନୂଆପଡ଼ା ଜିଲ୍ଲା ଧୀରେଧୀରେ ରେଡ ଜୋନ ଆଡ଼କୁ ଅଗ୍ରସର କରୁଛି।

ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନୂଆପଡ଼ା ଜିଲ୍ଲା ଥିବାରୁ କରୋନା ତାର କାୟ ବିସ୍ତାର କରୁଛି। ୪ରୁ ୫ ଦିନ ହେବ ଜିଲ୍ଲାରେ ୫୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୧୦ ତାରିଖ ଦିନ ଜିଲ୍ଲାରେ ସର୍ବାଧିକ ୧୩୫ ଜଣ ଆକାନ୍ତ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ କରୋନା ଆକ୍ରାନ୍ତକୁ ଦେଖି ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ହୋଇଛି। ସେପରି ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କରୋନା ସ୍ଥିତିର ସମୀକ୍ଷା କରିବା ଲାଗି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ନୂଆପଡ଼ା ଜିଲ୍ଲାରେ ଖୁବ୍ ଶୀଘ୍ର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗ ଦେବା ସହିତ ଏକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଳି ଠାରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ରେ କରୋନାର ଭୟବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନ୍ୟ ପକ୍ଷେ ଜିଲ୍ଲାରେ ୮ ତାରିଖ ଦିନ ୧୬୫ ଶଯ୍ୟା ଥିବା କୋଭିଡ୍ ଡାକ୍ତରଖାନା ଖୋଲିଥିଲେ ମଧ୍ୟ ସେଠାରେ ରଖାଯାଇଥିବା କରୋନା ରୋଗୀମାନଙ୍କ ଲାଗି ଉପଯୁକ୍ତ ସୁବିଧା ଯୋଗାଇ ଦିଆଯାଉନଥିବା କିଛି ଲୋକ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ