ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶାଢୀରେ ନିଆଁ ଲାଗି ପୋଡିଗଲେ ସ୍ତ୍ରୀ, ଉଦ୍ଧାର କରିବାକୁ ଆସି ସ୍ୱାମୀ ମଧ୍ୟ ଗୁରୁତର

କରଞ୍ଜିଆ,୧୧/୦୪: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନା କେଶଡିହା ପଞ୍ଚାୟତର ମିଟୁଆଣି ଗ୍ରାମରେ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଈ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣଙ୍କୁ ପରିବାର ଲୋକେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ମିଟୁଆଣି ଗ୍ରାମର ଜଗମୋହନ ନାଏକଙ୍କ ସ୍ତ୍ରୀ ପାର୍ବତୀ ନାଏକ ଶନିବାର ବିଳମ୍ବିତ ରାତିରେ ଘରେ ଏକ ଡିବିରିକୁ ଜାଳୁଥିଲେ । ଏହି ସମୟରେ ଅସାବଧାନତା ବଶତଃ ପିନ୍ଧି ଥିବା ଶାଢ଼ୀରେ ନିଆଁ ଲାଗି ଯାଇଥିଲା।। ଶାଢୀରେ ନିଆଁ ଲାଗିବା ପରେ ସ୍ତ୍ରୀ ପାଟି କରିବାରୁ ଘରେ ଶୋଇଥିବା ସ୍ୱାମୀ ଜଗମୋହନ ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ନିଆଁରେ ପାର୍ବତୀଙ୍କ ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ପୋଡି ହୋଇଯାଇଥିଲା । ସେହିପରି ସ୍ୱାମୀ ଜଗମୋହନଙ୍କ ଦୁଇଟି ହାତ ପୋଡି ହୋଇ ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ