କଳା ଓ ସଂସ୍କୃତି

ଘରେ ଲାଗିଥିବା ବୁଢିଆଣି ଜାଲକୁ ତୁରନ୍ତ କରନ୍ତୁ ସଫା, ନଚେତ୍ ହୋଇପାରେ ଏହି ସମସ୍ୟା

ଭୁବନେଶ୍ୱର ୧୦/୦୪: ଘରକୁ ସୁନ୍ଦର ରଖିବା ପାଇଁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଘରେ ବୁଢିଆଣି ଜାଲ ଲାଗିଥାଏ ତେବେ ତାହାକୁ ତୁରନ୍ତୁ ସଫା କରିବା ଉଚିତ୍ । ବାସ୍ତୁ ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ଏଥି ସହିତ, ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଥାଏ ,ଯେପରିକି…

୧. ଘରକୁ ଭଲ ଭାବରେ ସଫା କରିବା ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଏପରି ଘରେ, ଯେଉଁଠାରେ ମଇଳା ଏବଂ ବୁଢିଆଣି ଜାଲ ରହଥାଏ ସେଠାରେ ଟଙ୍କା ରହେ ନାହିଁ । ଏହା ସହିତ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସାମ୍ନା ସୃଷ୍ଟି କରିଥାଏ ।

୨. ଯୋଉଁ ଘରର କାନ୍ଥ ଏବଂ ଛାତଗୁଡିକରେ ବୁଢିଆଣି ଜାଲ ରହିଥାଏ ସେଠାରେ ନକାରାତ୍ମକ ଶକ୍ତି ବଢିଥାଏ । ଏହା ବ୍ୟତୀତ ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

୩. ଅନେକ ଦିନ ଧରି ଘରେ ବୁଢିଆଣି ଜାଲ ରହିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ ।

୪. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ବୁଢିଆଣି ଜାଲ ଦେଖାଯାଏ ସେହି ଘରେ ସବୁବେଳେ ସଙ୍କଟ ଘେରି ରହିଥାଏ । ସେହି ଘରର ସଦସ୍ୟମାନଙ୍କୁ ସର୍ବଦା କୌଣସି ନା କୌଣସି ଅସୁବିଧାର ସମ୍ମୁଖୀନ ହୋବାକୁ ପଡିଥାଏ । ଏହା ସହିତ, ବାରମ୍ବାର ବିଫଳତା ମଧ୍ୟ ହାସଲ ହୋଇଥାଏ ।

୫. ଯେତେବେଳେ ବି ଘରେ ବୁଢିଆଣି ଜାଲ ହୋଇଥାଏ ଏହାକୁ ତୁରନ୍ତ ସଫା କରିବା ଉଚିତ୍ । ନଚେତ୍ ବିଫଳତା ସହିତ ଦୁର୍ଭାଗ୍ୟ ଏବଂ ଅର୍ଥର ଅଭାବ ସୃଷ୍ଟି କରିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,