ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଜ୍ୟାକଲିନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍

ବି-ଟାଉନ୍‌ର ଜଣକ ପରେ ଜଣେ ଅଭିନେତା କରୋନାରେ ସଂକ୍ରମିତ ହେଉଥିବା ବେଳେ ଅନେକ କଳାକାର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସଙ୍ଗରୋଧରେ ରଖି କୋଭିଡ୍‌ ଟେଷ୍ଟ କରାଉଛନ୍ତି। ଗତ ରବିବାର ଚଳଚ୍ଚିତ୍ର ‘ରାମସେତୁ’ର ସୁଟିଂ ବେଳେ କରୋନା ଆକ୍ରାନ୍ତ ହୋଇଥିବା ଅଭିନେତା ଅକ୍ଷୟ କୁମାର ଏବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୁରସତ୍ ଭରୁଚା ନିଜକୁ ଗୃହ ସଙ୍ଗରୋଧରେ ରଖିବା ସହ କରୋନା ପରୀକ୍ଷଣ କରାଇଥିଲେ। ତେବେ ଆର୍‌ଟି-ପିସିଆର୍ ଟେଷ୍ଟ୍ କରାଇଥିବା ଜ୍ୟାକ୍‌ଲିନ୍‌ଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏଥିରେ ସନ୍ତୁଷ୍ଟ ନ ହୋଇ ଜ୍ୟାକଲିନ୍ ପୁନର୍ବାର ଟେଷ୍ଟିଂ କରାଇଥିଲେ ଏବଂ ସେଥିରେ ମଧ୍ୟ ନେଗେଟିଭ୍ ରିପୋର୍ଟ ଆସିଥିଲା। ଏହା ପରେ ଜ୍ୟାକଲିନ୍ ଆଶ୍ବସ୍ତ ଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖକରିଛନ୍ତି। ମାତ୍ର ସାଥୀ ଅଭିନେତ୍ରୀ ନୁସରତ୍‌ଙ୍କ କରୋନା ଟେଷ୍ଟିଂ ସମ୍ବନ୍ଧରେ କୌଣସି ଖବର ମିଳିନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ