କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆସନ୍ତାକାଲି ହେବାକୁ ଥିବା ବାରୁଣୀ ସ୍ନାନ ବନ୍ଦ: ସଂପୃକ୍ତ ଅଞ୍ଚଳରେ ୧୪୪ ଜାରି କଲା ଜିଲ୍ଲା ପ୍ରଶାସନ

ଯାଜପୁରସଦର: ଆସନ୍ତାକାଲି ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନା ଅନୁସ‌ାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିବାର ଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ଫଳରେ ଏହି ସ୍ଥାନକୁ ଆସନ୍ତାକାଲି ପାଇଁ ୧୪୪ ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ଏଠ‌ାରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହେବାକୁ ସୁଯୋଗ ଦିଆନଯିବ ସେ ନେଇ ବ୍ୟବସ୍ଥା କରାଯିବ। ତେଣୁ ସରକାରଙ୍କ ନିର୍ଦ୍ଦେଶ ଓ ପ୍ରଶାସନିକ କଟକଣା ମାନି କୌଣସି ଶ୍ରଦ୍ଧାଳୁ ସ୍ନାନ ପାଇଁ ନ ଆସିବାକୁ ପ୍ରଶାସନ ଅନୁରୋଧ କରିଛି ଓ ଯିଏ ନିୟମ ଉଲଘଂନ କରିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,