ଖେଳ ଦେଶ ବିଦେଶ

ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନେସ ଏୟାର୍ସ: ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ନେଇ ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ହକି ଦଳ ସେଠାରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ୬ ମ୍ୟାଚ୍ ବିଶିଷ୍ଟ ଗସ୍ତରେ ଭାରତ ୪ଟି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଅନ୍ତର୍ଗତ ୨ଟି ଲଢ଼େଇରେ ଅବତ୍ତୀର୍ଣ୍ଣ ହେବ। ମଙ୍ଗଳବାର ଗସ୍ତର ପ୍ରଥମ ମୁକାବିଲାରେ କିନ୍ତୁ ଭାରତ ଚମତ୍କାର ଢଙ୍ଗରେ ୪-୩ ଗୋଲ୍‌ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ନୀଳକଣ୍ଠ ଶର୍ମା ଓ ହରମନପ୍ରୀତ ସିଂହଙ୍କ ଗୋଲ୍ ବଳରେ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିଲା ଭାରତ। ଦ୍ବିତୀୟାର୍ଦ୍ଧରେ ଦଳ ଆଉ ଦୁଇଟି ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଘରୋଇ ଆର୍ଜେଣ୍ଟିନା ଆକ୍ରମଣର ଘନତାକୁ ତୀବ୍ରତର କରି ତିନିଟି ଗୋଲ୍ ଦେବାରୁ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା।

ଦ୍ବିତୀୟାର୍ଦ୍ଧରେ ଭାରତ ପାଇଁ ଡ୍ରାଗ୍‌ଫ୍ଲିକର ରୂପିନ୍ଦର ପାଲ ସିଂହ ଏବଂ ୧୮ ମାସର ବ୍ୟବଧାନ ପରେ ଜାତୀୟ ଦଳକୁ ଫେରିଥିବା ବରୁଣ କୁମାର ଗୋଲ୍ ଦେଇଥିଲେ। ବରୁଣ ବିଜୟ ସୂଚକ ତଥା ଚତୁର୍ଥ ଗୋଲ୍‌ଟିକୁ ଦେବା ସାଥୀ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିଥିଲା। ଏହା ପୂର୍ବରୁ ଦୀର୍ଘ ବର୍ଷକ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିଥିବା ଭାରତ ଗତ ମାସ ୨୮ ତାରିଖରେ ଶକ୍ତିଶାଳୀ ଜର୍ମାନିକୁ ୬-୧ ଗୋଲ୍‌ରେ ପରାସ୍ତ କରିଥିଲା। ସୂଚନାଯୋଗ୍ୟ ଯେ ଆର୍ଜେଣ୍ଟିନା ଗସ୍ତରେ ଥିବା ୨୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୩ଜଣ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ