ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ୱାଲର୍ଡ ହେଲଥ୍ ଡେ’: ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ପାଞ୍ଚଟି ଲାଲ୍ ଜିନିଷ

ଭୁବନେଶ୍ୱର ୦୭/୦୪: ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରେସ୍ ଫ୍ରି ଲାଇଫ୍ ସହିତ ଖାଦ୍ୟର ମଧ୍ୟ ବିଶେଷ ଯତ୍ନ ନେବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟରେ ଲାଲ୍ ଜିନିଷ ଅନ୍ତର୍ଭୁକ୍ତ କରିବା ଦ୍ୱାରା ହୃତପିଣ୍ଡ ମଜବୁତ ହୋଇଥାଏ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ତେଣୁ ଏହି ଅବସରରେ ଚାଲନ୍ତୁ ଜାଣିବା ଏପରି କିଛି ଟିପ୍ସ ଯାହା ଦ୍ୱାରା ଆପଣ ନିଜ ହୃତପିଣ୍ଡର ଯତ୍ନ ନେଇପାରିବେ-


ସେଓ :

ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତିଦିନ ଗୋଟିଏ ଆପଲ ଖାଇବା ଦ୍ୱାରା ବିଭିନ୍ନ ରୋଗ ଦୂରେଇ ଯାଇଥାଏ । ଆପଲ୍ ବ୍ୟାଡ୍ କୋଲେଷ୍ଟ୍ରଲକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ । ଏଥି ସହିତ, ମେନୋପୋଜରେ ପହଞ୍ଚିଥିବା ୩୪,୦୦୦ ମହିଳାଙ୍କ ଉପରେ ୧୮ ବର୍ଷ ଧରି ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ ଆପଲ୍ ଖାଇବା ଦ୍ୱାରା ହୃଦ୍ ରୋଗରେ ମୃତ୍ୟୁ ହେବାର ଆଶଙ୍କା କମ୍ ରହିଥାଏ ।

ଡାଳିମ୍ବ :

ଡାଳିମ୍ବରେ ଟେନିନ୍ ଏବଂ ଆନଥୋସିୟାନିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଡାଳିମ୍ବ ରସ ପ୍ରଦାହକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲକୁ କମାଇଥାଏ । ଏହା ଧମନୀରେ ପ୍ଲେକ୍ ଜମା ସୃଷ୍ଟି କରେ ନାହିଁ, ଯାହା ରକ୍ତଚାପ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ । ହୃଦୟ ରୋଗୀମାନେ ପ୍ରତିଦିନ ଡାଳିମ୍ବ ଖାଇବା ଆବଶ୍ୟକ ।


ଷ୍ଟ୍ରବେରି :

ଷ୍ଟ୍ରବେରି ଆନଥୋସିୟାନିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥାଏ । ଏହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଷ୍ଟ୍ରବେରିରେ ଥିବା ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫାଇବର ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ ।


ବିଟ୍ :

ବିଟରେ ଭିଟାମିନ୍ ବି, ଆଇରନ୍, ମାଙ୍ଗାନିଜ୍, କପର, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ନାଇଟ୍ରେଟ୍ ମଧ୍ୟ ଭରପୂର ରହିଥାଏ, ଯାହା ଶରୀର ନାଇଟ୍ରିକ୍ ଏସିଡ୍ ରେ ପରିଣତ ହୁଏ । ରକ୍ତ ପ୍ରବାହରେ ଉନ୍ନତି ଆଣିବା ଏବଂ ରକ୍ତଚାପ କମ୍ କରିବାରେ ଏହା ସହାୟକ ହୋଇଥାଏ ।

Fresh red ripe tomatoes on the vine on a dark rustic cutting board

ଟମାଟର :

ଟମାଟୋରେ ଲାଇକୋପିନ୍ ନାମକ ଏକ ଉପାଦାନ ପ୍ରଚୁର ପରିମାଣରେ ମିଳିଥାଏ । ହୃତପିଣ୍ଡକୁ ସୁସ୍ଥ ରଖିବା ଏବଂ ହୃଦରୋଗରୁ ରକ୍ଷା କରିବାରେ ଲାଇକୋପିନ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ