ଖେଳ ଦେଶ ବିଦେଶ

ପୃଥ୍ବୀ ସଙ୍କୁ ପ୍ରଶଂସାରେ ପୋତିଲେ ରିକି ପଣ୍ଟିଂ, କହିଲେ- ସେ ଜଣେ ସୁପରଷ୍ଟାର ଖେଳାଳି

ନୂଆଦିଲ୍ଲୀ ୬/୫: ଆଇପିଏଲ -୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଆୟୋଜିତ ହେବାକୁ ଯାଉଥିବା ବେଳେ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଆଇପିଏଲ୍‌-୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ହୋଇଛନ୍ତି। ଏହି ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପୃଥ୍ବୀ ସ’ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଟିମ୍‌ ପାଇଁ ପୁଣି ଥରେ ଓପନିଂ କରିବାରେ ନଜର ଆସିବେ ସ। ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ମତରେ ପୃଥ୍ବୀ ସଙ୍କ ପାଖରେ ଜଣେ ସୁପରଷ୍ଟାର ଖେଳାଳି ହେବାର କ୍ଷମତା ରହିଛି।

ଗତ ସିଜନ୍‌ରେ ପୃଥ୍ବୀ ସହ କୌଣସି ପ୍ରକାର ଭଲ ପ୍ରଦର୍ଶନ କରିପାରିନଥିଲେ। ଏହା ପରେ ଅଷ୍ଟେ୍ରଲିଆ ଗସ୍ତରେ ବି ଫ୍ଲଫ୍‌ ମାରିଥିଲେ ସ। କିନ୍ତୁ ନିକଟରେ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବା ସହ ୮ ମ୍ୟାଚ୍‌ରେ ୮୨୭ ରନ୍‌ ସଂଗ୍ରହ କରିଥିଲେ। ଅଷ୍ଟେ୍ରଲିଆ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କ୍ରିକେଟ ଡଟ୍‌ କମ୍‌କୁ ସାକ୍ଷାତକାର ଦେଇ କହିଛନ୍ତି, ଗତ ଆଇପିଏଲ୍‌ ସିଜ୍‌ନରେ ପୃଥ୍ବୀ ସଙ୍କ ସହ ଆଲୋଚନା ହୋଇଥିଲା। ତାଙ୍କୁ ପ୍ରଶିକ୍ଷଣ ଦେବାର ସଠିକ୍‌ ପ୍ରଣାଳୀ, ତାଙ୍କୁ ସବୁଠୁ ଭଲ କ୍ରିକେଟ ଶକ୍ଷା ଦେବାକୁ ପ୍ରୟାସ କରିଥିଲେ ବୋଲି ସେ କହିଛନ୍ତି।

ଗତ ବର୍ଷ ସଙ୍କ ବ୍ୟାଟିଂରେ ତାଙ୍କ ଥଓରି ହୃଦୟସ୍ପର୍ଶୀ ଥିଲା। ଯେତେବେଳେ ସେ ରନ୍‌ କରିପାରନ୍ତି ନାହିଁ ସେତେବେଳେ ସେ ଖେଳିବାକୁ ଚାହାଁନ୍ତି ନାହିଁ। ଯେବେ ରନ୍‌ କରପାରନ୍ତି ତେବେ ସେ ଖେଳିବାକୁ ଆଗ୍ରହ ପ୍ରକାଶ କରନ୍ତି ବୋଲି ପଣ୍ଟିଂ କହିଛନ୍ତି। ୪-୫ଟି ମ୍ୟାଚ୍‌ରେ ୧୦ କିମ୍ବା କମ୍‌ କରିବା ରନ୍‌ ପରେ ସେ ପରବର୍ତ୍ତୀ ମ୍ୟାଚ୍‌ ବ୍ୟାଟିଂ କରିବାକୁ ମନାକରନ୍ତି। ମୋ ମତରେ ତାଙ୍କ ଠାରେ ପରିବର୍ତ୍ତନ ଆସିଛି। ତାଙ୍କର ପୂର୍ବ ଥିଓରିରେ କିଛି ନା କିଛି ପରିବର୍ତ୍ତନ ଆସିସାରିଥିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରିକି ପଣ୍ଟିଂ ।

ଏହା ସହ ସେ ଆହୁରି କହିଛନ୍ତି, ଯଦି ପୃଥ୍ବୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିପାରନ୍ତି ତେବେ ସେ ଜଣେ ସୁପରଷ୍ଟାର ପ୍ଲେୟର ହୋଇପାରିବେ। ବିଜୟ ହଜାରେ ଟ୍ରଫିରେ ପୃଥ୍ବୀଙ୍କ ପ୍ରଦର୍ଶନ ଦେଖିବା ପରେ ଆଇପିଏଲ୍‌-୨୦୨୧ର ପ୍ଲେଇଂ ଇଲେଭେନ୍‌ ତାଙ୍କର ସ୍ଥାନ ପାଖାପାଖି ପକ୍କା ବୋଲି ପଣ୍ଟିଂ କହିଛନ୍ତି। ବିଶ୍ବାସ କରାଯାଉଛି ପୃଥ୍ବୀ ସ ଚଳିତ ସିଜନ୍‌ରେ ଶିଖର ଧାଓ୍ବନଙ୍କ ସହ ଓପନିଂ କରୁଥିବା ନଜର ଆସିପାରନ୍ତି ବୋଲି ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ