ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ସାଇକେଲ ଚଳାଇ ମତଦାନ କରିବାକୁ ପହଞ୍ଚିଲେ ସାଉଥ ସୁପରଷ୍ଟାର ବିଜୟ, ଭାଇରାଲ ହେଲା ଭିଡିଓ

ଚେନ୍ନାଇ: ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ବିଜୟ। ଏଥର କୌଣସି ଫିଲ୍ମକୁ ନେଇ ନୁହେଁ ତାମିଲନାଡୁରେ ଚାଲୁଥିବା ବିଧାନସଭା ନିର୍ବାଚନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଜି ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବା ବେଳେ ମତଦାନ ‌ପାଇଁ କୌଣସି ବିଳାସପୂର୍ଣ୍ଣ ଗାଡ଼ି ନନେଇ ସେ ସାଇକେଲରେ ଯାଇଥିବା ଦେଖାଯାଇଛି, ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଭିଡିଓରେ ଦେଖାଯାଇଛି ଯେ, ବିଜୟ ସାଇକେଲ ଚଳାଇ ଯାଉଥିବା ବେଳେ ପଛରେ ତାଙ୍କ ପ୍ରଶଂସକମାନେ ଗାଡ଼ି ଚଳାଇ ଯାଉଛନ୍ତି। ତାଙ୍କ କଡ଼ରେ ଜଣେ ପୁଲିସକର୍ମୀ ଗାଡ଼ି ଚଳାଇ ତାଙ୍କୁ ସୁରକ୍ଷା ଦେଇ ଯାଉଥିବାର ଦେଖାଯାଇଛି। ତେବେ ମତଦାନ କେନ୍ଦ୍ର ପାଖରେ ଥିବାରୁ ଏବଂ ରାସ୍ତାର ଚଉଡ଼ା କମ ଥିବାରୁ ସେ ସାଇକେଲ ଚଳାଇ ଯିବାକୁ ଭାବିଥିଲେ ବୋଲି ଜଣାପଡ଼ିଛି। ତେବେ ବିଜୟଙ୍କ ସମେତ ଅନେକ ସାଉଥ ଷ୍ଟାରଙ୍କୁ ମତଦାନ କରୁଥିବା ଦେଖାଯାଇଛି।

ସାଉଥ ସୁପରଷ୍ଟାର ଅଜିତ ମଧ୍ୟ ନିଜ ପତ୍ନୀଙ୍କ ସହ ଯାଇ ମତଦାନ କରିଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ