କଳା ଓ ସଂସ୍କୃତି ଧର୍ମ

୨୫୩ ବର୍ଷ ପୁରୁଣା ମା’ଦୁର୍ଗାଙ୍କ ପ୍ରତିମା ଏବେ ମଧ୍ୟ ସ୍ଥାପିତ ହୋଇ ରହିଛି, ଶତ ଚେଷ୍ଟା ସତ୍ତ୍ୱେ ହୋଇପାରିନଥିଲା ବିସର୍ଜନ

ବାରାଣାସୀ ୨୬/୧୦ : ଶାରଦୀୟ ନବରାତ୍ର ଅବସରରେ ଦୁର୍ଗା ମଣ୍ଡପରେ ମା’ଙ୍କ ପ୍ରତିମା ସ୍ଥାପିତ କରାଯାଏ। ଦଶହରା ପରେ ମା’ଙ୍କ ପ୍ରତିମା ବିସର୍ଜନ କରାଯାଇଥାଏ। କିନ୍ତୁ ଆପଣ ଗୋଟିଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାଶୀରେ ଏମିତି ଏକ ଦୁର୍ଗା ପ୍ରତିମା ଅଛି ଯାହା ଗତ ୨୫୩ ବର୍ଷ ହେଲା ବିସର୍ଜନ କରାଯାଇନାହିଁ। ଏହି ମାଟିର ପ୍ରତିମା ଆଜି ମଧ୍ୟ ସେମିତି ହିଁ ଦେଖାଯାଏ ଯେମିତି ୨୫୩ ବର୍ଷ ପୂର୍ବରୁ ଦେଖାଯାଉଥିଲା।

କାଶୀ ଗଳିରେ ଛୋଟ ଭାରତ ବସିଛି। ଏଠାରେ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକ ବାସକରନ୍ତି। କାଶୀର ବଙ୍ଗାଳି ଟୋଲା ସ୍ଥିତ ଦୁର୍ଗା ବାଡ଼ିରେ ୨୫୩ ବର୍ଷ ପୂର୍ବରୁ ନବରାତ୍ରର ଷଷ୍ଠୀ ଦିନ ଏକ ବଙ୍ଗାଳି ପରିବାର ମା’ ଦୁର୍ଗାଙ୍କ ପ୍ରତିମା ସ୍ଥାପିତ କରିଥିଲେ। ନବମୀ ଯାଏଁ ଧୂମଧାମରେ ପୂଜାପାଠ ହେଲା। କିନ୍ତୁ ଦଶହରା ଦିନ ବିସର୍ଜନ ପାଇଁ ପ୍ରତିମାକୁ ଉଠାଯାଇଥିଲା ସେତେବେଳେ ମା’ଙ୍କ ମୂର୍ତ୍ତିକୁ କେହି ହଲେଇ ବି ପାରିଲେନି। ଅନେକ ଲୋକ ବହୁ ପ୍ରୟାସ କରି କରି ମଧ୍ୟ ଅସଫଳ ହେଲେ। ସେହିଦିନ ଠାରୁ ମା’ଙ୍କ ମୂର୍ତ୍ତି ଏଠାରେ ସ୍ଥାପିତ ରହିଛି।
ମୂର୍ତ୍ତି ସ୍ଥାପିତ କରିଥିବା ବଙ୍ଗାଳି ପରିବାରର ପଞ୍ଚମ ପିଢ଼ିର ମୁଖ୍ୟ ହେମନ୍ତ କହିଛନ୍ତି ଯେ ୨୫୩ ବର୍ଷ ପୂର୍ବରୁ ଦଶହରା ଦିନ ମା’ଙ୍କ ମୂର୍ତ୍ତି ଉଠାଯାଇପାରିନଥିଲା ସେତେବେଳେ ପର ଦିନ ବିସର୍ଜନ ଯୋଜନା ହୋଇଥିଲା। କିନ୍ତୁ ସେହିଦିନ ରାତିରେ ପରିବାରର ମୁଖ୍ୟଙ୍କୁ ମା’ ସ୍ବପ୍ନ ଦେଇଥିଲେ ଯେ ସେ ସେଠାରେ ବାସକରିବେ। ଗୁଡ ଓ ଚଣା ଭୋଗ ଲଗାଇ ସେ ମା’ଙ୍କୁ ସେଠାରେ ସ୍ଥାପିତ କରନ୍ତୁ। ସେହିଦିନ ଠାରୁ ମା’ ସେଠାରେ ସ୍ଥାପିତ ଅଛନ୍ତି।

୨୫୩ ବର୍ଷ ପରେ ମଧ୍ୟ ମା’ଙ୍କ ପ୍ରତିମା ସେହିଭଳି ହିଁ ଅଛି। ପ୍ରତି ବର୍ଷ କପଡା ବଦଳାଯାଏ। ମା’ଙ୍କ ମୂର୍ତ୍ତିରେ ଲାଗିଥିବା ମାଟି ଓ ପାଳ ଏବେ ସୁଦ୍ଧା ସେମିତି ହିଁ ଅଛି। ୮-୧୦ ବର୍ଷ ଅନ୍ତରାଳରେ ମୂର୍ତ୍ତିକୁ ରଙ୍ଗ କରାଯାଏ। ପ୍ରତି ବର୍ଷ ନବରାତ୍ର ଅବସରରେ ଦୁର୍ଗା ବାଡ଼ିକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଏ।

ମା’ଙ୍କ ଏହି ଚମତ୍କାରକୁ ସାରା ବନାରସ ପ୍ରଣାମ କରେ। ବାରାଣାସୀରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ନବରାତ୍ରରେ ଏଠାକୁ ଆସି ମା’ଙ୍କ ଆଶୀର୍ବାଦ ନିଅନ୍ତି। ମା’ଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ମା’ ପୁରା କରନ୍ତି ବୋଲି ବିଶ୍ୱାସ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ