ଦେଶ ବିଦେଶ ମନୋରଞ୍ଜନ

ପୋଲାଣ୍ଡର ଏହି ସହରରେ ହରିବଂଶ ରାୟ ବଚ୍ଚନଙ୍କ ନାଁରେ ନାମିତ ହେବ ଗୋଟିଏ ଛକ: ଗର୍ବ ଅନୁଭବ କରୁଛନ୍ତି ବିଗ୍ ବି

ମୁମ୍ବାଇ ୨୬/୧୦ : ପୋଲାଣ୍ଡ୍ ନିଷ୍ପତ୍ତି ନେଇଛି ଯେ ବ୍ରୋକଲା ସହରର ଗୋଟିଏ ଛକର ନାଁ ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ନାଁରେ ରଖିବ। ଅମିତାଭ୍ ନିଜେ ନିଜର ଇନ୍ସଟାଗ୍ରାମ ଆକାଉଣ୍ଟରେ ଏହା ସୂଚନା ଦେଇଛନ୍ତି। ବିଗ୍ ବିଙ୍କ ପିତାଙ୍କୁ ସମ୍ମାନିତ କରିବାର ଏହା ପ୍ରଥମ ଅବସର ନୁହେଁ। ଏହା ପୂର୍ବରୁ ୨୦୧୯ ମସିହାରେ ୟୁରୋପର ସବୁଠାରୁ ପୁରୁଣା ଚର୍ଚ୍ଚରେ ହରିବଂଶ ରାୟ ବଚ୍ଚନଙ୍କ ପାଇଁ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା।

ବିଗ ବି ରବିବାର ଦିନ ଇନ୍ସଟାରେ ଏକ ଫଟୋ ସେୟାର୍ କରି ଲେଖିଛନ୍ତି ଯେ, ‘Square ହରିବଂଶ ରାୟ ବଚ୍ଚନ, ବ୍ରୋକଲା।’ ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ପୋଲାଣ୍ଡ ନିଷ୍ପତ୍ତି ନେଇଛି ଯେ ସହରର ଗୋଟିଏ ଛକ ତାଙ୍କ ପିତାଙ୍କ ନାଁରେ ନାମିତ ହେବ। ଦଶହରାରେ ଏହାଠାରୁ ବଡ ଆଉ କିଛି ଉପହାର ନାହିଁ ବୋଲି ସେ କହିଛନ୍ତି। ବ୍ରୋକଲାରେ ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ଓ ଭାରତ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଛନ୍ତି ବିଗ୍ ବି। ଅମିତାଭ୍ ସେୟାର୍ କରିଥିବା ଫଟୋ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ପ୍ରଶଂସକ ଶୁଭକାମନା ଦେବା ସହ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି।

ବିଗ୍ ବି ଆଜି ମଧ୍ୟ ସବୁ ପ୍ରକାର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅନେକ ଭାଷାରେ ଅମିତାଭଙ୍କ ହିଟ୍ ଫିଲ୍ମର ରିମେକ୍ ମଧ୍ୟ ହୋଇଛି। ଅମିତାଭଙ୍କ ହିଟ୍ ଫିଲ୍ମ ‘ଡନ୍’ ଓ ‘ଅଗ୍ନିପଥ୍’ର ରିମେକ୍ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।

ସୂଚନାଯୋଗ୍ୟ ଯେ ତାଙ୍କର ଆଉ ଏକ ହିଟ୍ ଫିଲ୍ମର ରିମେକ୍ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ହିଟ୍ ଫିଲ୍ମର ନାଁ ହେଲା ‘ନମକ୍ ହଲାଲ୍’ ଯାହା ୧୯୮୨ ମସିହାରେ ରିଲିଜ୍ ହୋଇଥିଲା ଓ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ